Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଗା ଦର୍ଶନ କଲେ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ

ପୁରୀ: ଜଗା ଦର୍ଶନ କଲେ ବଲିଉଡର ଭେଟେରାନ ଅଭିନେତା ତଥା ରାଜନେତା ମିଥୁନ ଚକ୍ରବର୍ତ୍ତୀ। ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ପ୍ରାର୍ଥନା କରିଥିଲେ। ଏହାପରେ ପୁରୀ ସହର ପରିଦର୍ଶନ କରିଥିଲେ।
ସୂତ୍ରରୁ ପ୍ରକାଶ ଯେ ମିଥୁନ ରବିବାର ରାତିରେ ଅର୍ଥାତ୍‌ ଅକ୍ଷୟ ତୃତୀୟାର ଶୁଭ ଅବସରରେ ଶ୍ରୀକ୍ଷେତ୍ର ପରିଦର୍ଶନ କରିଥିଲେ।

ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ଅଭିନେତା-ରାଜନେତା କହିଥିଲେ ଯେ ଓଡିଶାରେ ତାଙ୍କୁ ବହୁତ ଭଲପାଇବା ମିଳିଛି। ସେ ଯେମିତି ଅନ୍ୟକୁ କଷ୍ଟ ନ ଦିଅନ୍ତୁ ସେ ଶକ୍ତି ମହାପ୍ରଭୁ ତାଙ୍କୁ ଦିଅନ୍ତୁ ବୋଲି କହିଛନ୍ତି ପ୍ରାର୍ଥନା କରିଛନ୍ତି ମିଥୁନ।

ତେବେ ବରିଷ୍ଠ ବିଜେପି ନେତା ସମ୍ବିତ ପାତ୍ର ମନ୍ଦିର ସେବାୟତ ମିଥୁନ ଚକ୍ରବର୍ତ୍ତୀଙ୍କୁ ସିଂହଦ୍ୱାର ନିକଟରେ ସ୍ୱାଗତ କରିଥିଲେ। ବରିଷ୍ଠ ସେବାୟତ ମଧୁସୂଦନ ସିଙ୍ଗାରୀ ମଧ୍ୟ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ