ବରିଷ୍ଠ ନାଗରିକ ମାନେ ହେଉଛନ୍ତି ସମାଜର ମାର୍ଗ ଦର୍ଶକ


ବୀରମହାରାଜପୁର : ବରିଷ୍ଠ ନାଗରିକ ମାନେ ହେଉଛନ୍ତି ସମାଜର ମାର୍ଗ ଦର୍ଶକ ତଥା ପରିବାରର ମୁଳଦୂଆ ବୋଲି ବିଶ୍ଵ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ମଞ୍ଚାସୀନ ଅତିଥି ମାନେ ବକ୍ତବ୍ୟ ରଖିଛନ୍ତି I ଆୟୋଜିତ କାର୍ଯ୍ଯକ୍ରମରେ ସଂଗଠନର ସଭାପତି ଡ. ପ୍ରଫୁଲ୍ଲ କୁମାର ରଥ ପୌରହିତ୍ୟ କରିଥିବା ବେଳେ ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଶତପଥୀ ମୁଖ୍ୟଅତିଥି ଭାବେ ଯୋଗଦେଇ ସମାଜରେ ବରିଷ୍ଠ ନାଗରିକ ମାନଙ୍କର କର୍ତ୍ତବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ l ଅନୁଷ୍ଠାନର ସମ୍ପାଦକ ସନ୍ତୋଷ କୁମାର ଷଡଙ୍ଗୀ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ I ବରିଷ୍ଠ ସଦସ୍ୟ ତଥା ଅବସରପ୍ରାପ୍ତ ଶିକ୍ଷକ ଧନୁ ପଧାନ ଅତିଥି ପରିଚୟ ଓ ସ୍ୱାଗତ୍ ଅଭିଭାଷଣ ପ୍ରଦାନ କରିଥିଲେ I ବରିଷ୍ଠ ସଭ୍ୟ ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ବରିଷ୍ଠ ଶିକ୍ଷକ ଭୂଷଣ କୁମାର ପାତ୍ର ଏବଂ ଜ୍ଞାନେନ୍ଦ୍ର ତ୍ରିପାଠୀ ବରିଷ୍ଠ ନାଗରିକ ମାନେ ନିଜ ନିଜ କର୍ତ୍ତବ୍ୟ ସମ୍ପାଦନରେ ବ୍ରତୀ ହେବା ସଙ୍ଗେ ନିଜେ କିଭଳି ଅବହେଳିତ ନ ହେବେ ସେ ସମ୍ପର୍କରେ ସରକାରଙ୍କର ଗଠନ ମୂଳକ ଆଭିମୁଖ୍ୟ ରହିବା କଥା ବୋଲି ମତବ୍ୟକ୍ତ କରିଥିଲେ I ଏ ଅବସରରେ ସାମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଅନୁଷ୍ଠାନ ର ଦୁଇ ଜଣ ସଦସ୍ୟ ଡ. ଦ୍ବିତୀକୃଷ୍ଣ ପଣ୍ଡା ଏବଂ ଶ୍ରୀ ନିବାସ ଅଗ୍ରୱାଲ ଙ୍କୁ ସମ୍ବର୍ଦ୍ଧନା ପତ୍ର ସଙ୍ଗେ ଉପଢୌକନ ସହିତ ସମର୍ଦ୍ଧିତ କରାଯାଇଥିଲା l ବୁଧବାର ଆୟୋଜିତ କାର୍ଯ୍ଯକ୍ରମରେ ସଂଗଠନର ବହୁ ସଦସ୍ଯ ଉପସ୍ଥିତ ଥିଲେ I ସେମାନଙ୍କ ମଧ୍ୟରେ ଉମେଶ ପ୍ରସାଦ ରଥ , ଚମରା ମହାକୁର , ଦିଲ୍ଲୀପ କୁମାର ତ୍ରିପାଠୀ , ବାସୁଦେବ ପଣ୍ଡା , ସୁଦାମ ଚରଣ ସେଠୀ , ଜମ୍ବେଶ୍ଵର ପଧାନ , ଅକୃର ଦନ୍ତା , ହୃଷୀକେଶ ସାହୁ ପ୍ରମୁଖ ଅନ୍ୟତମ I ସଂଗଠନର ଉପ ସଭାପତି ସୌମିତ୍ରି ମେହେର ସଭା ସଂଯୋଜନା କରିଥିବାବେଳେ କୋଷାଧ୍ୟକ୍ଷ ଦୟାନିଧି ହୋତା ଧନ୍ୟବାଦ ଅର୍ପଣ କରିଥିଲେ I