Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ଅଧିକାରୀ, OSRTC ସିଏଓଙ୍କ ଘରେ ଚଢ଼ାଉ

ଭୁବନେଶ୍ବର: ଆକ୍ସନ ମୋଡ଼ରେ ଭିଜିଲାନ୍ସ । ଜଣଙ୍କ ପରେ ଜଣେ ସରକାରୀ ବାବୁଙ୍କୁ କରୁଛି କାବୁ । ଯାହା ଘରେ ପଶୁଛି ପୁଳା ପୁଳା ଟଙ୍କା, ଗହଣା ଧରି ବାହାରୁଛି । ଏହି କ୍ରମରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଆଉ ଜଣେ ସରକାରୀ ବାବୁ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ OSRTC ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ଭୁବନେଶ୍ୱରର ୬ଟି ଓ ବାରିପଦାର ଗୋଟିଏ ସ୍ଥାନରେ ଚାଲିଛି ଚଢ଼ାଉ ।
ଭୁବନେଶ୍ୱର ଭିଜିଲାନ୍ସ ସ୍ପେଶାଲ ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ କରାଯାଇଛି । ଭୁବନେଶ୍ୱର ନନ୍ଦନ ବିହାର ସ୍ଥିତ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ, ପଳାଶୁଣୀରେ ଥିବା ଦୁଇଟି ଦୁଇ ମହଲା କୋଠା, ବାରିପଦା ଷ୍ଟେସନ ରୋଡରେ ଥିବା ଘର, ଭୁବନେଶ୍ୱର OSRTC ଅଫିସ ଚ୍ୟାମ୍ବର, ଖାରବେଳ ଭବନରେ ଥିବା କାର୍ଯ୍ୟାଳୟ, ଭୁବନେଶ୍ୱର IDCO ଟାୱାରରେ ଥିବା ଅଫିସରେ ଚଢ଼ାଉ କରାଯାଇଛି ।
ବିଜୟ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ତଦନ୍ତ କରି ଆଜି ସକାଳେ ଚଢ଼ାଉ କରିଥିଲା । ଚଢ଼ାଉରେ ୮ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି ।