Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଅଜବ ଧର୍ମୀୟ ବିଶ୍ବାସ; ଅନାହାରରେ ପ୍ରାଣ ହରାଇଲେ ପ୍ରଭୁଙ୍କ ସହ ହେବ ମିଳନ

କେନିଆ: ଅଜବ ଧର୍ମୀୟ ବିଶ୍ବାସ । ଭୋକରେ ରହି ଜୀବନ ହାରୁଛନ୍ତି ଲୋକ। ଏଭଳି ଭୟଙ୍କର ମାନସିକତା ଯୋଗୁ ପ୍ରାଣ ହରାଇଲେଣି ୫୮ରୁ ଅଧିକ ଲୋକ। ଏଭଳି ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି କେନିଆରେ। ଏଠି ଏଭଳି ଏକ ବିଶ୍ବାସ ରହିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଉପବାସରେ ରହି ପ୍ରାଣ ହରାଇଲେ ପ୍ରଭୁ ଯୀଶୁଙ୍କ ସହ ମିଳନ ହେବା ନେଇ ରହିଛି ବିଚିତ୍ର ବିଶ୍ବାସ। ପୂର୍ବ କେନିଆର ମାଳିନ୍ଦୀ ଅନ୍ତର୍ଗତ ଏକ ସହରରେ ଘଟିଥିବା ଏହି ଘଟଣାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା।

ଭୋକରେ ରହି ପ୍ରାଣ ହରାଇଥିବା ୪୭ରୁ ଅଧିକ ମୃତଦେହକୁ କବରରୁ ଉଦଧାର କରାଯାଇଛି । ଅଧିକ ମୃତଦେହ ପୋତା ଯାଇଥିବା ସନ୍ଦେହ କରାଯାଉଛି। ଏ ନେଇ ସର୍ଚ୍ଚ ଅପରେସନ ଜାରି ରହିଛି । ସହରର ବିଭିନ୍ନ ସ୍ଥାନରେ ଆହୁରି ଅନେକ ଲୋକ ଅନାହାରରେ ରହି ପ୍ରାଣ ହରାଉଥିବା ଆଶଙ୍କା କରାଯାଉଛି। ସେଥିପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି।

ମାଳିନ୍ଦୀ ଅନ୍ତର୍ଗତ ସାକାହୋଲାରେ ପ୍ରାୟ ୮୦୦ ଏକର ପରିମିତ ଅଞ୍ଚଳକୁ ସିଲ୍ କରି ଦିଆଯାଇଛି। ଆସନ୍ତାକାଲି ଘଟଣାସ୍ଥଳ ପରିଦର୍ଶନ କରିବେ ଗୃହମନ୍ତ୍ରୀ। କ୍ଷୁଧାରେ ରହି ପ୍ରାଣତ୍ୟାଗ କରିବା ଲାଗି ଗୁଡ୍ ନ୍ୟୁଜ୍ ଇଣ୍ଟରନ୍ୟାସନାଲ ଚର୍ଚ୍ଚ ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଥିବା ଜଣାଯାଇଛି । ଏହି ଘଟଣାରେ ଚର୍ଚ୍ଚର ମୁଖ୍ୟ ମାକେନଜି ନିଥେଙ୍ଗେଙ୍କୁ ପୋଲିସ ଗିରଫ କରିଛି । ଯୀଶୁଙ୍କ ସହ ମିଳନ ହେବାକୁ ହେଲେ କ୍ଷୁଧାରେ ପ୍ରାଣତ୍ୟାଗ କରିବାକୁ ପଡିବ ବୋଲି ଧର୍ମାବଲମ୍ବୀଙ୍କୁ ମାକେନଜି ଆହ୍ବାନ ଦେବା ପରେ ଶହ ଶହ ଅନୁଗତ ଏହି ପ୍ରକ୍ରିୟା ଅବଲମ୍ବନ କରୁଥିବା କୁହାଯାଇଛି।