Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମକୁ ବ୍ୟାପକ ଓ ଲୋକାଭିମୂଖୀ କରିବା ପାଇଁ ଏନଏସଏସ ବ୍ୟୁରୋ ପରାମର୍ଶଦାତା କମିଟିର ବୈଠକରେ ଯୋଜନା ପ୍ରସ୍ତୁତ

ଗୋପାଳପୁର,୨୪/୦୮
ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଜାତୀୟ ସେବା ଯୋଜନା (ଏନଏସଏସ)ର ବାର୍ଷିକ ପରାମର୍ଶଦାତା କମିଟି ବୈଠକ ନୂତନ ସିଣ୍ଡିକେଟ ହଲରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଗତ ବର୍ଷ ଏନଏସଏସ ବ୍ୟୁରୋ ପକ୍ଷରୁ ନିଆଯାଇଥିବା ବିଭିନ୍ନ ଦୃଷ୍ଟାନ୍ତମୂଳକ କାର୍ଯ୍ୟ ଏବଂ ଚଳିତବର୍ଷର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଥିଲା। କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କୁଳସଚିବ ସଚ୍ଚିଦାନନ୍ଦ ନାୟକ, ସ୍ନାତକୋତ୍ତର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, ବିତ୍ତ ନିୟନ୍ତ୍ରକ ଅଶୋକ କୁମାର ଧାଙ୍ଗଡମାଝି, କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନଏସଏସର ଆଞ୍ଚଳିକ ନିର୍ଦ୍ଦେଶିକା ସରିତା ପଟେଲ, ରାଜ୍ୟ ଏନଏସଏସ ନୋଡାଲ ଅଫିସର ତଥା ଉପସଚିବ ଡକ୍ଟର ରମେଶ ଚନ୍ଦ୍ର ବେହେରା, ପଦ୍ମଶ୍ରୀ ସାବରମତି, ଏଭେରେଷ୍ଟର ଗଣେଶ ଜେନା, ବିଶିଷ୍ଟ ଛାତିରୋଗ ବିଶେଷଜ୍ଞ ରୋଟାରିଆନ ଡକ୍ଟର ନାରାୟଣ ମିଶ୍ର, ଗୋବିନ୍ଦ ରାଓ, ଡକ୍ଟର ସତିଶ ନାୟକ ପ୍ରମୂଖ ଉପସ୍ଥିତ ହୋଇ ବ୍ରହ୍ମପୁର ବିଶ୍ବବଦ୍ୟାଳୟର ଏନଏସଏସ କାର୍ଯ୍ୟକ୍ରମଗୁଡିକ ତର୍ଜମା କରିବା ସହ ଚଳିତବର୍ଷର ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଏହାସହ ବୈଠକରେ ବିଶ୍ବବିଦ୍ୟାଳୟ ଅଧିନସ୍ଥ ବିଭିନ୍ନ କଲେଜଗୁଡିକରେ ଏନଏସଏସ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ସବିଶେଷ ଆଲୋଚନା କରାଯାଇଥିଲା। ଏନଏସଏସ କାର୍ଯ୍ୟକ୍ରମଗୁଜିକ କିପରି ଲୋକାଭିମୁଖୀ ହୋଇପାରିବ ତଥା ସମାଜସେବା କ୍ଷେତ୍ରରେ କିପରି ଉତକୃଷ୍ଟ କାର୍ଯ୍ୟ ହୋଇପାରିବ ସେନେଇ ବିଭିନ୍ନ କାର୍ଯ୍ୟକ୍ରମ ବୈଠକରେ ନିର୍ଦ୍ଧାରିଣ କରାଯାଇଛି। ବିଶେଷ କରି ଉଚ୍ଚଶିକ୍ଷାନୁଷ୍ଠାନ ଗୁଡିକରେ ନିଶାମୁକ୍ତ ପରିବେଶ ସୃଷ୍ଟି, ବୃକ୍ଷରୋପଣ, ରକ୍ତଦାନ, ଡିଜିଟାଲ ସାକ୍ଷରତା ଅଭିଯାନ, ବିଭିନ୍ନ ସ୍ବାସ୍ଥ୍ୟଗତ ତଥା ସାମାଜିକ ସମସ୍ୟା ସଂପର୍କରେ ସଚେତନତା ସୃଷ୍ଟି ଓ ସମୁଦ୍ର ତଟ ସଫେଇ କାର୍ଯ୍ୟକ୍ରମଗୁଡିକୁ କିପରି ତ୍ବରାନ୍ବିତ କରିବାକୁ ବୈଠକରେ କାର୍ଯ୍ୟକ୍ରମ ଖସଡା ପ୍ରସ୍ତୁତ କରାଯାଇଥିଲା। ଏହାସହ ସ୍ବେଚ୍ଛାସେବୀଙ୍କ ମଧ୍ୟରେ ନେତୃତ୍ବ କ୍ଷମତା ବିକଶିତ କରିବା ପାଇଁ ବିଭିନ୍ନ ଜିଲ୍ଲାରେ ଯୁବ ନେତୃତ୍ବ ପ୍ରଶିକ୍ଷଣ ଶିବିର, ପର୍ବତରୋହଣ ତଥା ଦୁ୍ହସାହାସିକ କ୍ରିଡା ଆଦି ନୂଆ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଚଳିତ ଶିକ୍ଷା ବର୍ଷରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ପାଇଁ ବୈଠକରେ ବଜେଟ ଅନୁମୋଦିତ କରାଯାଇଥିଲା। ବିଶ୍ବବିଦ୍ୟାଳୟରେ ରାଜ୍ୟସ୍ତରୀୟ ସଂହତି ଶିବିର ଆୟୋଜନ କରିବା ସହ ବିଭିନ୍ନ ଜିଲ୍ଲାରେ ସ୍ବେଚ୍ଛାସେବୀ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ବିଶ୍ବବିଦ୍ୟାଳୟ ସ୍ତରୀୟ ଏନଏସଏସ ପରାମର୍ଶ କମିଟି ବୈଠକର ଆବାହକ ଭାବେ ଏନଏସଏସ ବ୍ୟୁରୋ ସଂଯୋଜକ ଡକ୍ଟର ଜୟନ୍ତ କୁମାର ପଣ୍ଡା ଏନଏସଏସ କାର୍ଯ୍ୟବଳୀ ସଂପର୍କିତ ଏକ ବିସୃତ ରିପୋର୍ଟ ପ୍ରଦାନ କରିଥିଲେ। ବୈଠକରେ ଗଞ୍ଜାମ, ଗଜପତି, ଓ କନ୍ଧମାଳ ଜିଲ୍ଲାର କାର୍ଯ୍ୟକ୍ରମ ଅଧିକାରୀ, ବିଭିନ୍ନ ଏନଏସଏସ ୟୁନିଟରୁ ଆସିଥିବା କାର୍ଯ୍ୟକ୍ରମ ଅଧିକାରୀ ତଥା ଚୟନୀତ ସ୍ବେଚ୍ଛାସେବୀମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଅଧିକାରୀ ଶକ୍ତିରଞ୍ଜନ ଦାଶ ବୈଠକକୁ ପରିଚାଳନା କରିଥିବା ବେଳେ ଗଞ୍ଜାମ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଗଣେଷ ସାହୁ, କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଶଂକର୍ଷଣ ମଲ୍ଲିକ, ସୁଶାନ୍ତ ସାହୁ, ସୌମ୍ୟଶ୍ରୀ ସାହୁ ପ୍ରମୂଖ ଏଥିରେ ସହଯୋଗ କରିଥିଲେ। ଶେଷରେ ଏନଏସଏସ ବ୍ୟୁରୋ ପକ୍ଷରୁ ଗଜପତି ଜିଲ୍ଲା କାଶିନଗର କଲେଜର ଅଧ୍ୟକ୍ଷ ପ୍ରଶାନ୍ତ ବନପାଲି ପରାମର୍ଶଦାତା କମିଟିର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।