Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଖଣ୍ଡହତା ହାଇସ୍କୁଲ ରେ ଶିକ୍ଷକ ଅଭାବକୁ ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ଛାତ୍ରଛାତ୍ରୀ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ସ୍ଥିତ ଇନ୍ଦିରାଗାନ୍ଧୀ ହାଇସ୍କୁଲ ରେ ମୋଟ ୮ ଜଣ ଶିକ୍ଷକ ଥିଲେ | ସେମାନଙ୍କ ମଧ୍ୟରୁ କିଛିମାସ ମଧ୍ୟରେ ୫ ଜଣ ଶିକ୍ଷକ ଅବସର ନେଇ ସାରିଲେଣି। ଏବେ ସ୍କୁଲରେ ମାତ୍ର ୩ ଜଣ ଶିକ୍ଷକ ଅଛନ୍ତି। ଜଣେ ପ୍ରଧାନଶିକ୍ଷକ, ଜଣେ ହିନ୍ଦୀ ଶିକ୍ଷକ ଓ ଜଣେ ଗଣିତ ଶିକ୍ଷକ ଏଠାରେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀରେ ସର୍ବମୋଟ ୨୮୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ସୂଚନାଯୋଗ୍ୟ ଯେ ଆସନ୍ତା ସେପ୍ଟେମ୍ବର ମାସରେ ପ୍ରଧାନଶିକ୍ଷକ କାର୍ଯ୍ୟରୁ ଅବସର ଗ୍ରହଣ କରିବେ ସେତେବେଳେ ସ୍କୁଲରେ ମାତ୍ର ୨ଜଣ ଶିକ୍ଷକ ରହିବେ। ୨୮୫ ପିଲାଙ୍କ ପାଠପଢ଼ା କିପରି ହେବ ତାହାକୁ ନେଇ ଚିନ୍ତାରେ ଅଛନ୍ତି ଛାତ୍ର ଛାତ୍ରୀ। ଏପରି ସମସ୍ୟାକୁ ନେଇ ସ୍କୁଲରେ ପ୍ରତ୍ୟକ ଛାତ୍ର ଛାତ୍ରୀ ଶନିବାର ମୁଖ୍ୟମନ୍ତ୍ରୀ , ଗଣଶିକ୍ଷା ମନ୍ତ୍ରୀ , ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକlରୀ ଙ୍କୁ ପୋଷ୍ଟ କାର୍ଡ‌ ମାଧ୍ୟମରେ ନିବେଦନ କରିଛନ୍ତି।