Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏନଏଚ ୪୯ ଇବ ବ୍ରିଜରେ ସୃଷ୍ଟି ହେଲା ଗର୍ତ୍ତ ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି ବିପଦ ଶଙ୍କୁଳ ଇବବ୍ରିଜ ନୂତନ ବ୍ରିଜ ନିର୍ମାଣ ପାଇଁ ଉଠିଲା ଦାବି

ଝାରସୁଗୁଡା ୨୫/୮ (ଓଡ଼ିଶା ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲାରୁ ବ୍ରଜରାଜନଗର, ବେଲପାହାଡ଼ ଦେଇ ଛତିଶଗଡ଼ ରାଜ୍ୟକୁ ସଂଯୋଗ କରୁଥିବା ଏନଏଚ ୪୯ ର ଇବ୍ ବ୍ରିଜ ଉପରେ ଆଜି ହଠାତ୍ ଏକ ବଡ ଗାତ ହେବା ଫଳରେ କିଛି ସମୟ ପାଇଁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା । ବିପଦ ସଂକୁଳ ଅବସ୍ଥାରେ ରହିଥିବା ଉକ୍ତ ଇବ ବ୍ରିଜ ବଦଳରେ ଅନ୍ୟ ଏକ ନୂତନ ବ୍ରିଜ ନିର୍ମାଣ ପାଇଁ ଦୀର୍ଘ ଦିନ ହେଲା ଅଞ୍ଚଳବାସୀ ଦାବି କରି ଆସୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କିମ୍ବା ଜାତୀୟ ରାଜପଥ ବିଭାଗ ପକ୍ଷରୁ ଦ୍ଵିତୀୟ ବ୍ରିଜ ନିର୍ମାଣ କାର୍ଯ୍ୟ କେବଳ କାଗଜ କଲମରେ ଚାଲିଥିବା ଚର୍ଚ୍ଚା ହେଉଥିବା ବେଳେ କେବେ ଦ୍ଵିତୀୟ ବ୍ରିଜ ନିର୍ମାଣ ହେବ ତାହା ଅଞ୍ଚଳବାସୀ ଙ୍କ ମନରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହେଇଛି । ଯଦି ଏହି ଦୁର୍ବଳ ବ୍ରିଜଟି କେଉଁ ସମୟରେ ଭାଙ୍ଗିପଡ଼େ ତାହେଲେ ଛତିଶଗଡ଼ ତଥା ଜିଲ୍ଲା ର ଲଖନପୁର ବ୍ଲକ,ବେଳପାହାଡ଼ ଓ ବ୍ରଜରାଜନଗର ମ୍ୟୁନିସିପାଳଟି ବାସୀଙ୍କ ମଧ୍ୟରେ ଝାରସୁଗୁଡା ଜିଲ୍ଲା ସଦର ମହକୁମା ତଥା ମୁଖ୍ୟ ଡାକ୍ତରଖାନା ସହ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଛିନ୍ନ ହେବା ସୁନିଶ୍ଚିତ ବୋଲି ବୁଦ୍ଧିଜୀବୀ ମହଲରେ କୁହାଯାଉଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଏବଂ ଜାତୀୟ ରାଜପଥ ବିଭାଗ ଯଥାଶୀଘ୍ର ତତ୍ପର ପ୍ରକାଶ କରି ନୂତନ ବ୍ରିଜ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଙ୍କ ସହ ବିଭିନ୍ନ ଛାମୁଆଁ ସଂଗଠନ ପକ୍ଷରୁ ଦାବି ହେଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ