Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଉଁଶ କରଡ଼ି ଓ କାଠ ବୋଝେଇ ଏକ ଘରୋଇ ଯାତ୍ରୀବାହି ବସ କୁ ଜବତ କରିଛି ବନ ବିଭାଗ

ଉଲୁଣ୍ଡା : ସୋନପୁର – ସମ୍ବଲପୁର ମୁଖ୍ୟ ରାସ୍ତାର (ଉଲୁଣ୍ଡା) କନ୍ଧେନ ବୁଢ଼ୀ ନିକଟରୁ ବାଉଁଶ କରଡି ଓ କାଠ ବୋଝେଇ ଥିବା ପତି ଏଣ୍ଡ ପତି ନାମକ ଏକ ଘରୋଇ ବସକୁ ବନବିଭାଗ ଜବତ କରିଛି l ସୂଚନା ଅନୁସାରେ ସମ୍ବଲପୁର ପଟରୁ ଯାତ୍ରୀବାହି ବସ ଯାତ୍ରୀ ମାନଙ୍କୁ ନେଇ ରବିବାର ବୀରମହାରାଜପୁର ଅଭିମୁଖେ ଯାଉଥିବା ବେଳେ ବସ ଉପରେ କାଠ ଏବଂ ଡିକି ଭିତରେ ବାଉଁଶ କରଡ଼ି ଥିବା ଖବର ପାଇ ବନବିଭାଗ ଚଢାଉ କରିଥିଲା l ଚଢାଉ ପରେ କାଠ ଏବଂ କରଡ଼ି ସହିତ ଉକ୍ତ ବସକୁ ଜବତ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି l