ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗଡୁନି ଘରୋଇ ବସ୍ । ଲକ୍ଷ୍ମୀ ବସ୍ ସେବାକୁ ବିରୋଧ କରି ଆଜିଠୁ ଜିଲ୍ଲାରେ ଘରୋଇ ବସ ଚଳାଚଳ ବନ୍ଦ ରହିଛି । ବସ୍ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯିବା ଯୋଗୁଁ ଯାତ୍ରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବସଷ୍ଟାଣ୍ଡରେ ଅନେକ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିଛନ୍ତି । ମାତ୍ର କୌଣସି ବସ୍ ନ ଆସିବାରୁ ଯାତ୍ରୀମାନେ ନିରାଶ ହୋଇ ଫେରି ମଧ୍ୟ ଯାଉଛନ୍ତି ।
ଜିଲ୍ଲାରେ ଚାଲୁଥିବା ଟାୟାର-2 ଲକ୍ଷ୍ମୀ ବସ୍ ତଥା ବ୍ଲକରୁ ଜିଲ୍ଲା ସଦର ମହକୁମାକୁ ଚଳାଚଳ କରୁଥିବା ଶୀତତାପ ନିୟନ୍ତ୍ରିତ ଲକ୍ଷ୍ମୀ ବସକୁ ବିରୋଧ କରିଛି ଜିଲ୍ଲା ଘରୋଇ ବସ ମାଲିକ ସଂଘ । ବସ୍ ଚାଲୁ ନଥିବାରୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଯାତ୍ରୀ ।
ଅଭିଯୋଗ ଅନୁସାରେ, ଟାୟାର-2 ଲକ୍ଷ୍ମୀ ବସ୍ ଚଳାଚଳ ଯୋଗୁଁ ଘରୋଇ ବସରେ ଯାତ୍ରୀ ହେଉ ନାହାନ୍ତି । ଫଳରେ କ୍ଷତି ସହୁଛନ୍ତି ଘରୋଇ ବସ୍ ମାଲିକ । ଲକ୍ଷ୍ମୀ ଏସି ବସ୍ ସେବା ବନ୍ଦ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କହିଛି ଘରୋଇ ବସ୍ ମାଲିକ ସଂଘ ।