Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ମିନି ଷ୍ଟାଡିୟମ ରେ ଆନ୍ତର୍ଜାତିକ ମୁଷ୍ଟି ଯୋଦ୍ଧା ଦିବସ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ଆନ୍ତର୍ଜାତିକ ମୁଷ୍ଟିଯୋଦ୍ଧା ଦିବସ ପାଳିତ ହୋଇଯାଇଛି l କାର୍ଯ୍ୟକ୍ରମ ରେ ସୁବର୍ଣ୍ଣପୁର ଜିଲ୍ଲା ଆମେଚର଼ ମୁଷ୍ଟିଯୋଦ୍ଧା ସଂଘ ର ସଭାପତି ରାମ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ l ମୁଖ୍ୟ ଅତିଥି ଭାବେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଚାଷୀ ନେତା ବିବସ୍ଵତି ପଣ୍ଡା , ସଂଘ ର ଉପଦେଷ୍ଟା ଗିରିଜା ଶଙ୍କର ପଣ୍ଡା , ସାମ୍ବାଦିକ ନୀଳ କମଳ ମିଶ୍ର , ସମାଜସେବୀ ଦୀପକ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ଥିଲେ l ବକ୍ସିଂ ସଂଘ ର ଅନ୍ୟତମ ଉପଦେଷ୍ଟା ରାକେଶ ମେଣ୍ଡେଳୀ ବିଭିନ୍ନ ସମୟରେ ଖେଳାଳି ମାନଙ୍କୁ ଅଣଦେଖା କରାଯାଉଥିବା କଥା କହିଥିଲେ I ସରକାରୀ ସ୍ତରରେ ପ୍ରୋତ୍ସାହନ ମିଳିଲେ ରାଜ୍ୟ ତଥା ଆନ୍ତର୍ଜାତୀୟ ସ୍ତରରେ ବକ୍ସିଂ ପ୍ରତିଯୋଗୀତା ରେ ଆମ ଅଞ୍ଚଳର ଖେଳାଳି ଅଂଶଗ୍ରହଣ କରି ନିଜ ଅଞ୍ଚଳ ଓ ଜିଲ୍ଲାର ସୁନାମ ଅର୍ଜନ ରଖି ପାରିବେ ବୋଲି କହିଥିଲେ I ଆମେଚର଼ ମୁଷ୍ଟି ଯୋଦ୍ଧା ସଂଘ ସମ୍ପାଦକ ବ୍ରଜ ଗୋପାଳ ପଣ୍ଡା ମୁଷ୍ଟି ଯୋଦ୍ଧା ଖେଳରେ ବିଭିନ୍ନ କ୍ଷେତ୍ରରେ ହେଉଥିବା ସୁବିଧା ଅସୁବିଧା ସମ୍ପର୍କରେ ବର୍ଣ୍ଣନା କରିଥିଲେ l ଶେଷରେ ସଂଘ ର ଅନ୍ୟତମ ସଦସ୍ୟ ତଥା କୋଚ୍ କୃତିବାସ ସତପଥୀ ଧନ୍ୟବାଦ ଅର୍ପଣ କରିଥିଲେ I