Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୌଡକେଲl ଗ୍ରାମରେ ବିଦ୍ୟୁତ କରେଣ୍ଟ ଲlଗି ମହିଳା ମୃତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟସ୍ଥ ଗୌଡକେଲl ଗ୍ରାମର ଅଞ୍ଜଲି ବେହେରା ନାମକ ଏକ ବିବାହିତ ମହିଳା ବିଦ୍ୟୁତ କରେଣ୍ଟ ଲାଗି ମୃତ୍ୟୁ ହୋଇଛି I ମୃତା ମହିଳା ଅଞ୍ଜଲି (25) ବିବାହିତ ହୋଇଥିବାବେଳେ ତାର ସ୍ଵାମୀ ଅନନ୍ତ ବେହେରା ବୌଦ୍ଧ ଜିଲ୍ଲା ଖମାରି ପଡା ଗ୍ରାମରୁ ଆସି ଦୁଇ ପୁଅ ଝିଅ ସହିତ ବାପ ଘର ଗୌଡକେଲl ରେ ରହୁଥିଲେ I ସୂଚନା ଯୋଗ୍ୟ ଯେ ଘରେ ବିଦ୍ୟୁତ ତାର କଟିଯାଇଥିବା ସ୍ଥାନରେ ଲାଗି ମହିଳା ଜଣକ ଛିଟିକି ତଳେ ପଡି ଯାଇଥିଲେ l ଶୁକ୍ରବାର ତାଙ୍କୁ ପରିବାର ଲୋକେ ତୁରନ୍ତ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟ କୁ ନେଇଥିଲେ I ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ