Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର କଲେଜ ରେ ଛତ୍ରପତି ଶିବାଜୀ ମହାରାଜଙ୍କ ଉପରେ ଆଲୋଚନା ଚକ୍ର ଓ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ଉତ୍ସବ

ବୀରମହାରାଜପୁର : (ସୌମିତ୍ରି ମେହେର) ମଧ୍ୟଯୁଗୀୟ ଭାରତବର୍ଷରେ ଛତ୍ରପତି ଶିବାଜୀ ମହାରାଜ ଜଣେ କ୍ଷମତାଶାଳୀ ସମ୍ରାଟ ଥିଲେ I ସେ ନିଜର ନିଷ୍ଠାପର ଉଦ୍ୟମ, କଠୋର ପରିଶ୍ରମ ତଥା ଦୁରଦୃଷ୍ଟି ବଳରେ ଏକ ବିଶାଳ ସମ୍ରାଜ୍ୟର ଅଧିପତି ହୋଇ ପାରିଥିଲେ I ଏକ ବିଶାଳ ଭୂଖଣ୍ଡର ଅଧିକାରୀ ହୋଇ ମଧ୍ୟ ସେ ଏକ ଛାତ୍ରବାଦୀ ଶାସକ ହୋଇନଥିଲେ I ତେବେ ଭାରତ ଇତିହାସରେ ତାଙ୍କୁ ଯଥୋଚିତ୍ତ ସ୍ଥାନ ଦିଆଯାଇ ପାରିନାହିଁ ବୋଲି ବୀରମହାରାଜପୁର ମହାବିଦ୍ୟାଳୟ ଇତିହାସ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଛତ୍ରପତି ଶିବାଜୀ ମହାରାଜ : ମଧ୍ୟ ଯୁଗୀୟ ଭାରତର ଜଣେ ସୁପ୍ରସିଦ୍ଧ ସମ୍ରାଟ ଶୀର୍ଷକ ଆଲୋଚନା ଚକ୍ରରେ ମଞ୍ଚlସିନ ଅତିଥିମାନେ ମତବ୍ୟକ୍ତ କରିଛନ୍ତି l
ଶୁକ୍ରବାର ଏ ଉପଲକ୍ଷେ ଆୟୋଜିତ ଆଲୋଚନା ଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ହିମାଂଶୁ ଶେଖର ପାଢ଼ୀ ସଭାପତିତ୍ୱ କରିଥିଲାବେଳେ ପରିଚାଳନା ପରିଷଦ ସଭାପତି ସ୍ୱୟମ୍ଭୁ ନାଥ ଖଣ୍ଡଗିରି ମୁଖ୍ୟ ଅତିଥି, ଅଧ୍ୟାପକ ସତ୍ୟନାରାୟଣ ଦାଶ ସମ୍ମାନିତ ଅତିଥି ଓ ଡ଼. ବନ୍ଦିତା ବିଶ୍ୱାଳ ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ I ଏତଦ ବ୍ୟତୀତ ଅଧ୍ୟାପକ ନରେନ୍ଦ୍ର ଝା ଓ ଅଧ୍ୟାପକ ସ୍ମୃତି ରଞ୍ଜନ ଭାରସାଗର ମଧ୍ୟ ବକ୍ତବ୍ୟ ରଖିଥିଲେ I ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ପ୍ରବନ୍ଧ ଉପସ୍ଥାପନା କରିଥିଲେ ଅଭିଜିତ ହୋତା, ସୀତା ସାହୁ, ଲକ୍ଷ୍ମୀ ଦେହେରୀ ଏବଂ ମନୀଷା ପଣ୍ଡା I ଏ ଅବସରରେ ଯୁକ୍ତ ତିନି ଦ୍ଵିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରାଯାଇଥିଲା I ବରିଷ୍ଠ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରୁ ଦିନେଶ ମହାକୁର , ସୁଶୀଲ ନାଏକ , ଲକ୍ଷ୍ମୀ ଦେହେରୀ , ରାଜୁ ବିଶ୍ୱାଳ ପ୍ରମୁଖ ସ୍ୱାଗତ କରିଥିଲେ I ନବାଗତ ମାନଙ୍କ ମଧ୍ୟରୁ ଅଭିଜିତ ହୋତା , ସରିତା ଭୋଇ , ସୃତି ଭାରସାଗର ଓ ଅଭିଷେକ ପଣ୍ଡା ପ୍ରତ୍ୟୁତ୍ତର ପୂର୍ବକ କୃତଜ୍ଞତା ଜଣାଇଥିଲେ I ସୋନାଲି ମେହେର ସଭା ସଂଯୋଜନା ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶାଶ୍ଵତୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ I