ବିରମହlରପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ ଟିଠିପାଲି ଗ୍ରାମର ଜଣେ ପ୍ରସୂତି ମହିଳା ସୁଷମା ଦନ୍ତାଙ୍କର ଜରୁରୀ ରକ୍ତ ଆବଶ୍ୟକ ପଡ଼ିଥିଲା । ତାଙ୍କୁ ଦେଉଳି ଗ୍ରାମର ବିଭିଷଣ ପାତ୍ରଙ୍କ ଧର୍ମପତ୍ନୀ ଅନିତା ପାତ୍ର ରକ୍ତଦାନ କରି ଏକ ଆଦର୍ଶ ଉଦାହରଣ ସୃଷ୍ଟି କରିଛନ୍ତି । ଶ୍ରୀମତୀ ପାତ୍ରଙ୍କ ଏଭଳି କାର୍ଯ୍ୟକୁ ମାଁ ମାହେଶ୍ୱରୀ ସେନା ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ଉଚ୍ଚ ପ୍ରଶଂସା କରାଯାଇଛି ।