Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନଝରିଆପାଲି ହାଇସ୍କୁଲ ରେ ସଂସ୍କୃତ ଦିବସ ପାଳିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସ୍ଥିତ ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ, କେନଝିରିଆପାଲି ଠାରେ ସଂସ୍କୃତ ଦିବସ ପାଳିତ ହୋଇଯାଇଛି। ଆୟୋଜିତ ସଭାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପାତ୍ର ସଭାପତିତ୍ୱ କରିଥିଲେ। ସଂସ୍କୃତ ଶିକ୍ଷକ ଜଗଦିଶ ପଧାନ ସଭା ପରିଚାଳନା କରିବା ସହ ସଂସ୍କୃତ ଦିବସର ମହତ୍ତ୍ୱ ବିଷୟରେ ଆଲୋକପାତ କରିଥିଲେ। ସମସ୍ତ ଭାଷାର ଜନନୀ ହେଉଛି ସଂସ୍କୃତ , ଦେବ ଭାଷା ସଂସ୍କୃତ ରେ ଆମ ଦେଶ ଭାରତ ବର୍ଷ ସଂସ୍କୃତି ବହନ କରି ଦେଶକୁ ଗୌରବାନ୍ୱିତ କରୁଛି ବୋଲି ସହକାରୀ ଶିକ୍ଷକ ଦିନବନ୍ଧୁ ପ୍ରଧାନ ନିଜର ବକ୍ତବ୍ୟ ରଖିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ ଜୀବର୍ଦ୍ଧନ ରଣା , ଗୌରୀ ଶଙ୍କର ପୁଜାହାରୀ , ସୁରେନ୍ଦ୍ର ପଧାନ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ଊପସ୍ଥାପନା କରିଥିଲେ । ବିଦ୍ୟାଳୟର କର୍ମଚାରୀ ସତ୍ୟନାରାୟଣ ରାଜହଂସ , ସିଦ୍ଧେଶ୍ୱର ମେଣ୍ଡିଲି , ଚିତ୍ତରଞ୍ଜନ ପଧାନ, ସରୋଜ କୁମାର ଭୁକ୍ତା କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ସହକାରୀ ଶିକ୍ଷକ ମୀନକେତନ ରଣା ଧନ୍ୟବାଦ ଅର୍ପଣ କରିଥିଲେ I ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ