ଘସିପୁରା: ହାଣ୍ଡିଆ ପାଇଁ ମହିଳାଙ୍କୁ ହତ୍ୟା । ଘରୁ ଘୋଷାଡି ନେଇ ହତ୍ୟା କରାଯାଇଥିବା ଅଭିଯୋଗ । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଅନ୍ତର୍ଗତ ନିଆଳିଝରଣ ଗାଁରେ । ମୃତ ମହିଳା ହେଲେ ସାଲେକ ହେମ୍ବ୍ରମ ।
ଗତକାଲି ରାତିରେ ସାଲେକଙ୍କ ସ୍ୱାମୀ ଗାଁର ଏକ ଭୋଜିକୁ ଯାଇଥିଲେ। ଘରେ ସାଲେକ ଓ ତାଙ୍କୁ ଶାଶୁ ଥିଲେ । ଏହି ସମୟରେ ଜଣେ ବ୍ୟକ୍ତି ଆସି ସାଲେକଙ୍କୁ ହାଣ୍ଡିଆ ମାଗିଥିଲେ । ସାଲେକ ହାଣ୍ଡିଆ ଦେବାକୁ ମନା କରିଥିଲେ । ବ୍ୟକ୍ତି ଜଣଙ୍କ ଉତକ୍ଷିପ୍ତ ହୋଇ ସାଲେକଙ୍କୁ ଘରୁ ଘୋଷାଡ଼ି ଆଣି ହତ୍ୟା କରିଥିବା ତାଙ୍କ ଶାଶୁ ଅଭିଯୋଗ କରିଛନ୍ତି ।
ଘସିପୁରା ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ହାଣ୍ଡିଆ ପାଇଁ ସାଲେକଙ୍କୁ ହତ୍ୟା କରାଯାଇଥିବା କୁହାଯାଉଥିବା ବେଳେ ଡାହାଣୀ ସନ୍ଦେହ ହତ୍ୟା କାରଣ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି ।