Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କୋଟସମଲାଇ ହାଇସ୍କୁଲ ରେ ସ୍ଵଚ୍ଛତାପକ୍ଷ ଉତ୍ସବ ପାଳିତ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଳାଇ ହାଇସ୍କୁଲ ଠାରେ ଆଜି ସ୍ଵଛତାପକ୍ଷ ଉତ୍ସବ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ଶୋଭାସିନୀ ମିଶ୍ର ସଭାପତିତ୍ୱ କରିଥିବା ବେଳେ ବରିଷ୍ଠ ଶିକ୍ଷକ ଅନିରୁଦ୍ଧ ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ। ଶିକ୍ଷକ ଶଙ୍ଖସିନ୍ଧୁ ପୁରୋହିତ ପରିବେଶ ସ୍ଵଛତା ଉପରେ ଏକ ସୃଜନାତ୍ମକ ଡିଜିଟାଲ ସଚେତନତା ଆରମ୍ଭ କରିଥିଲେ । ଶିକ୍ଷକ ହୃଷୀକେଶ ପଧାନ , ଅମିତ ପାତ୍ର , ସାନ ଡାଙ୍ଗ ଶପଥ ଗ୍ରହଣ କାର୍ଯ୍ୟକ୍ରମ ତୁଲାଇଥିଲେ। ଶେଷରେ ପ୍ରଫୁଲ୍ଲ ସାହୁ ଧନ୍ୟବାଦ ଦେଇଥିଲେ ।