ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବିରମହlରାଜପୁର ଅଞ୍ଚଳରେ ସପ୍ତପୁରୀ ଅମାବାସ୍ୟା ତିଥିରେ ଆଜି ସନ୍ଧ୍ୟାରେ ପ୍ରତ୍ୟେକ ଗ୍ରାମରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି । ସମସ୍ତଙ୍କ ଘରୁ ଛୋଟ ପିଲା ମାନେ ଗୋଟିଏ ଗୋଟିଏ ମାଟିରେ ତିଆରି ହୋଇଥିବା ହନୁମାନ ଲାଙ୍ଗୁଡ଼ରେ ଅଗ୍ନି ସଂଯୋଗ କରି ଗ୍ରାମ ପରିକ୍ରମା କରିଥିଲେ । ଚଳିତ ବର୍ଷ କିରୋସିନ ମିଳୁନଥିଲେ ମଧ୍ୟ ଡିଜେଲ , ପେଟ୍ରୋଲ ଏବଂ ମୋବିଲ ରେ ଅଗ୍ନି ସଂଯୋଗ କରୁଥିବା ହନୁମାନ ଲାଙ୍ଗୁଡ଼ରେ ଦେଖିବା ପାଇଁ ମିଳିଛି । ଅନେକ ଲୋକ ବା ବୁଦ୍ଧିଜିବି ମାନେ କିରୋସିନ ରାଜ୍ୟ ସରକାର ପୁଣି ବଜାରକୁ ବିକ୍ରି କରିବା ପାଇଁ ଯୋଗlଇ ଦେଲେ ଲୋକମାନେ ଖର୍ଚlନ୍ତରେ ପଡ଼ିବାକୁ ପଡିବ ନାହିଁ ବୋଲି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।