Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇନ୍ଦ୍ରାକ୍ଷୀ ଚୋରା ଦେଶୀ ମଦ ଜବତ ଓ ପୋଚ ନଷ୍ଟ ଘଟଣାରେ ଦୁଇ ଗିରଫ l

ଗୋପାଳପୁର,୦୩/୦୯
ଗତ ଅଗଷ୍ଟ ୨୪ ତାରିଖରେ ଗୋଳନ୍ଥରା ପୋଲିସ ପକ୍ଷରୁ ଇନ୍ଦ୍ରାକ୍ଷୀ ଅଞ୍ଚଳରେ ବେଆଇନ ଚୋରା ଦେଶୀ ମଦ ପ୍ରସ୍ତୁତ ଭାଟି ଚଢ଼ାଉ ବେଳେ ପୋଲିସକୁ ଚକମା ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଦୁଇ ଅଭିଯୁକ୍ତକୁ ଆଜି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛିl ଗିରଫ ଦୁଇ ଜଣ ହେଲେ ଇନ୍ଦ୍ରାକ୍ଷୀ ଗ୍ରାମର ଘନଶ୍ୟାମ ସାହୁ ଏବଂ ରଞ୍ଜନ ସାହୁ ବୋଲି ପୋଲିସ ସୂଚନା ଦେଇଛି l ସୂଚନା ପ୍ରକାରେ ଇନ୍ଦ୍ରାକ୍ଷୀ ଅଞ୍ଚଳରେ ବେଆଇନ ଦେଶୀ ମଦ ରନ୍ଧା ହେବା ସହ ଚୋରା ମଦ ଚାଲାଣ କରାଯାଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ପୋଲିସ ଟିମ ସହ ଚଢ଼ାଉ କରିଥିଲେ l ପୋଲିସକୁ ଦେଖି ଦେଶୀ ମଦ ରୋଷଇ କରୁଥିବା ବ୍ୟକ୍ତିମାନେ ପୋଲିସକୁ ଚକମା ଦେଇ ଫେରାର ହେବାରେ ସକ୍ଷମ ହୋଇଥିଲେ l ପୋଲିସ ସେଠାରେ ୮୦୦ଲିଟର ପୋଚ ନଷ୍ଟ କରିବା ସହ ପ୍ରସୃତ ହୋଇ ରହିଥିବା ୫୦ ଲିଟର ଦେଶୀ ମଦ ଓ ରୋଷଇ ସାମଗ୍ରୀ ଜବତ କରିଥିଲେ । ଘଟଣା ନେଇ ଥାନାରେ ୩୩୯/୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଆଜି ଇନ୍ଦ୍ରାକ୍ଷୀ ଗାଁରେ ଚଢ଼ାଉ କରି ଘନଶ୍ୟାମ ଓ ରଞ୍ଜନ କୁ ଗିରଫ କରିଥିବା ଥାନାଧିକାରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି l