ବିପଦ ସଂକୁଳ ଅବସ୍ଥାରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କ କୋଠା, ଗ୍ରାହକଙ୍କ ମନରେ ତେଜୁଛି ଅସନ୍ତୋଷ, ସ୍ଥାୟୀ ସମାଧାନ ଦାବି


ଚିପିଲିମା,ସମ୍ବଲପୁର ଜିଲ୍ଲା ଧନକୌଡା ବ୍ଲକ ବସନ୍ତପୁର ପଞ୍ଚାୟତ ଓୟୁଏଟି ଅଧିନସ୍ଥ ଆଞ୍ଚଳିକ ଗବେଷଣା କେନ୍ଦ୍ର (ଆରଆରଟିଟିଏସ ) ପରିସରରେ ରହିଛି ଚିପିଲିମା ଉତ୍କଳ ଗ୍ରାମୀଣ ବ୍ୟାଙ୍କ l ଆମ ଚିପିଲିମା ବସନ୍ତପୁର, କରଡୋଳା, ଓ କୁଦ ଗୁଣ୍ଡେରପୁର ପଞ୍ଚାୟତ ଭଳି ତିନୋଟି ପଞ୍ଚାୟତ ମଧ୍ୟରେ ରହିଛି ଏକମାତ୍ର ବ୍ୟାଙ୍କ l ଏହି ଅଞ୍ଚଳରେ କୌଣସି ଜାତୀୟ ବ୍ୟାଙ୍କ ନଥିବାବେଳେ ଏହି ଉତ୍କଳ ଗ୍ରାମୀଣ ବ୍ୟାଙ୍କ (ୟୁଜିବି ) ଉପରେ ନିର୍ଭରଶୀଳ l ଚିପିଲିମା ନାମରେ ଉକ୍ତ ଆରଆରଟିଟିଏସର ଏକ କ୍ୱାଟରରେ ପ୍ରାୟ ୪୦ବର୍ଷ ହେବ ବ୍ୟାଙ୍କ ଚାଲିଛି l ହେଲେ କୋଠାର ମରାମତି କେବେ କରାଯାଏ ନାହିଁ l ଯାହା ଫଳରେ ବର୍ତ୍ତମାନ କୋଠାଟି ବିପଦ ସଂକୁଳ ଅବସ୍ଥାରେ ଥିବାବେଳେ ପାଣି ଗଳୁଛି ଏବଂ ଛାତରୁ ବଡ଼ ବଡ଼ ଅତଡ଼ା ସବୁ ଖସୁଛି l ଅନେକ ସମୟରେ ଗ୍ରାହକ କର୍ମଚାରୀ ଅଳ୍ପକେ ବର୍ତ୍ତୀ ଯାଉଥିବା ଦେଖିବାକୁ ମିଳୁଛି l ଏନେଇ ଅଞ୍ଚଳର ଗ୍ରାହକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଥିବାବେଳେ, ଆନ୍ଦୋଳନ ଦାନା ବାନ୍ଧୁଥିବା ସୂଚନା ମିଳିଛି l ୟୁଜିବିର ବରିଷ୍ଠ ଅଧିକାରୀ ବ୍ୟାଙ୍କ ଗ୍ରାହକ ତଥା କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବିହେଉଛି l