ଚିପିଲିମା,କୌଣସି ଲୋକ ପାଣିରେ ବୁଡି ପାଣିରେ ବୁଡି ବା ସର୍ପଦଂଶନରେ ମୃତ୍ୟୁ ବରଣ କରିଥିବା ପରିବାରକୁ , ଗରିବ ବିଧବା ପତ୍ନୀଙ୍କୁ ସରକାରଙ୍କ ପରିବାର ମଙ୍ଗଳ ଯୋଜନାରେ ସହାୟତା ରାଶି ପ୍ରଦାନ କରିବାର ବ୍ୟବସ୍ଥା ରହିଛି l ହେଲେ ଆବେଦନ କରିବାର ବର୍ଷ ବର୍ଷ ପରେ ବି ହିତାଧିକାରୀମାନଙ୍କୁ ସହାୟତା ମିଳିପାରୁନାହିଁ l ଏପରି ସମସ୍ୟା ସମ୍ପର୍କରେ ଲିଖିତ ଅଭିଯୋଗ ନେଇ ସମ୍ବଲପୁର ଜିଲ୍ଲା ଧନକୌଡା ବ୍ଲକ କଳାମାଟି ସରପଞ୍ଚ ଡ଼ଃ ସୁଷମା ସାହୁଙ୍କ ଉପଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ପରେ “ପରିବାର ମଙ୍ଗଳ ଯୋଜନା ବାଟବଣା “ଶୀର୍ଷକ ଖବର ପ୍ରସାରଣ ହୋଇଥିଲା l ଖବର ପ୍ରସାରଣ ପରେ ପ୍ରଶାସନ ତତ୍ୱରତା ଦେଖାଇ ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିବା ବାସୁଦେବ ମିର୍ଦ୍ଧାଙ୍କ ପରିବାରକୁ ସ୍ଥାନୀୟ ସରପଞ୍ଚ ଡ଼ଃ ସୁଷମାଙ୍କ ଜରିଆରେ ୪ଲକ୍ଷ ଟଙ୍କା ସହାୟତା ମିଳିପାରିଛି l ସରପଞ୍ଚ ଜିଲ୍ଲାପାଳ ଡକ୍ଟର ପୁଷ୍ପାଞ୍ଜଳି ପଣ୍ଡା ଓ ଗଣମାଧ୍ୟ୍ୟମକୁ ଧନ୍ୟବାଦ ଜଣାଇଥିବାବେଳେ, ଅନ୍ୟ ମାନଙ୍କୁ କେବେ ସହାୟତା ମିଳିପାରିବ ବୋଲି ପ୍ରଶ୍ନ କରିଛନ୍ତି l ପ୍ରକାଶ ଥାଉକି କଳାମାଟି ପଞ୍ଚାୟତର ଦୀର୍ଘ ବର୍ଷ ହେବ ପାଣିରେ ବୁଡି ମୃତ୍ୟୁବରଣ କରିଥିବା କର୍ଣ୍ଣ ଭୋଇ, ଲିଙ୍ଗ ଭୁଏ ଓ ସାପ କାମୁଡା ରେ ମୃତ୍ୟୁ ବରଣ କରିଥିବା ବାସନ୍ତି ପ୍ରଧାନ ତଥା ଦିବ୍ୟାଙ୍ଗଙ୍କୁ ବିବାହ କରିଥିବା ଭାସ୍କର ସେଠ, ଘନଶ୍ୟାମ ଭୋଇ, ଲିଙ୍ଗରାଜ କୁମ୍ଭାରଙ୍କୁ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଚାରି ଲକ୍ଷ ଟଙ୍କାର ସହାୟତା ରାଶି ଓ ପରିବାର ମଙ୍ଗଲ ଯୋଜନାରେ ଆବେଦନ କରିଥିବା ୯ ଜଣ ବିଧବା ମହିଳାଙ୍କୁ ମଧ୍ୟ ସହାୟତା ମିଳିପାରିନାହିଁ l ଏନେଇ ପ୍ରଶାସନ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି l