Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପଞ୍ଚଗାଁ ବସଷ୍ଟାଣ୍ଡ ସାର୍ବଜନୀନ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଚଳିତ ବର୍ଷ ମୁଖ୍ୟ ଆକର୍ଷଣ “ରାବଣ ଦରବାର” ମହାରାଜ ରାବଣ ଓ ପୂଜକ ବରଣ କାର୍ଯ୍ୟକ୍ରମ

ଝାରସୁଗୁଡା ୫/୮ (ଓଡ଼ିଶା ନ୍ୟୁଜ)ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ପଞ୍ଚଗାଁ ବସଷ୍ଟାଣ୍ଡ ସ୍ଥିତ ଆଞ୍ଚଳିକ ସାର୍ବଜନୀନ ଦୁର୍ଗା ପୂଜା କମିଟି ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଚଳିତ ବର୍ଷ ହେବାକୁ ଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ରାବଣ ଦରବାର ମୁଖ୍ୟ ଆକର୍ଷଣ ରହିଛି । ଏହି ଅବସରରେ ପଞ୍ଚଗାଁ ବସଷ୍ଟାଣ୍ଡ ସାର୍ବଜନୀନ ଆଞ୍ଚଳିକ ଦୁର୍ଗା ପୂଜା କମିଟି ପକ୍ଷରୁ ସ୍ଥାନୀୟ ଦୁର୍ଗା ମଣ୍ଡପ ଠାରେ ମହାରାଜ ରାବଣ ଓ ପୂଜକ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସର୍ବ ପ୍ରଥମେ ବିଧି ଅନୁସାରେ ପୂଜାର୍ଚ୍ଚନା ହେବା ସହ ରାବଣ ଭୂମିକାରେ ଅଭିନୟ କରୁଥିବା ବରଗଡ଼ ଜିଲ୍ଲା ଭେଡେନ ବ୍ଲକ କୁବେଡେଗା ଗ୍ରାମର ସୁନାମଧନ୍ୟ ମଞ୍ଚ କଳାକାର ପ୍ରଶାନ୍ତ ତ୍ରିପାଠୀଙ୍କୁ ଉପଢୌକନ, ଫୁଲମାଳ ସହ ଶ୍ରୀଫଳ ଅର୍ପଣ କରି ମହାରାଜ ରାବଣ ରୂପେ ବରଣ କରିଥିବା ବେଳେ ଭିକମପାଲି ପଞ୍ଚାୟତ ଚିଖିଲାପାଲି ଗ୍ରାମର ପଣ୍ଡିତ ନରେଶ ନାଥଙ୍କୁ ଦୁର୍ଗା ପୂଜାର ପୂଜକ ଭାବେ କମିଟିର ସଦସ୍ୟ ମାନେ ବରଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚଗାଁ ବସଷ୍ଟାଣ୍ଡ ସାର୍ବଜନୀନ ଆଞ୍ଚଳିକ ଦୁର୍ଗା ପୂଜା କମିଟିର ଉପ ସଭାପତି ପ୍ରସନ୍ନ ପଧାନ, ସମ୍ପାଦକ ରାମଚନ୍ଦ୍ର ମେହେର, କୋଷାଧ୍ୟକ୍ଷ ସୁଦାମ ପଧାନ, ଉପଦେଷ୍ଟା ଦୟାକର ପଧାନ, ଅର୍ଜୁନ ଭୋଇ, ଦୁକାଳୁ ପୂଜାରୀ, ସାଧୁରାମ ପଧାନ, ଅଜୟ ଗୁହ, ସନାତନ ପଧାନ, ପୁସ୍ତମ ଭୁଏ, ଭୀଷ୍ମଦେବ ସାହୁ, ଦୁଃଖବନ୍ଧୁ ବେହେରା, ମାଖନ ଭୁଏ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ ।

More Stories