Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଦିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁଦିବସ ପାଳନ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ )ଆଜି ସୋନପୁର ସ୍ଥିତ ଅଦିତି କଲେଜରେ ଅଧ୍ୟକ୍ଷା ଲିଖିତା ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ଗୁରୁଦିବସ ପାଳନ କରାଯାଇଛି ଏଥିରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟ ର ଚେୟାର ମ୍ୟାନ ଡ଼. ଜ୍ୟୋତି ରଞ୍ଜନ ବହିଦାର ଓ ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟ ର ସଂପାଦକ ନିଶାନ୍ତ କୁମାର ମହାନ୍ତି ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଦ୍ଵିତୀୟ ବର୍ଷ ର ଛାତ୍ରୀ ଡଲି ମିଶ୍ର ସଭା ସଂଯୋଜନା କରିଥିଲେ। ଛାତ୍ରୀ ବାସନ୍ତୀ ଗୁପ୍ତା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଛାତ୍ରୀ ପ୍ରାଚୀସ୍ମିତା ପ୍ରୁସେଦ, ମୌସୁମୀ ନନ୍ଦ, ପୁଷ୍ପା ନାୟକ,ସାଙ୍କେତିକ ପଣ୍ଡା, ନିଖିଳ ପାତ୍ର ଛାତ୍ର ମାନଙ୍କ ଜୀବନ ତଥା ଚାରିତ୍ରିକ ବିକାଶ ରେ ଗୁରୁଙ୍କ ଅବଦାନ ବିଷୟ ରେ ଆଲୋଚନା କରିଥିଲେ। ଏଥିରେ ବିଦ୍ୟାଳୟ ର ଅଧ୍ୟାପିକା ବନାନୀ ପୁଷ୍ପିତା ପାତ୍ର, ଲଭଲି ଶ୍ରୀ ମିଶ୍ର, ଅଧ୍ୟାପକ ଆର୍ତ୍ତତ୍ରାଣ ଥନାପତି, ଗୋବିନ୍ଦ କର୍ମୀ, ସତ୍ୟ ନାରାୟଣ ପଣ୍ଡା, ମୁନା ମହାକୁର, ଚିନ୍ମୟନନ୍ଦ ପାତ୍ର ଉପସ୍ଥିତ ରହି ଛାତ୍ର ମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ। ଅଣ ଶିକ୍ଷକ କର୍ମଚାରୀ ସୁନୀଲ ମିଶ୍ର ଓ ମୀନକେତନ କର୍ମୀ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ