Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହିଳା ମହାବିଦ୍ୟାଳୟରେ ନବାଗତାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ପାଳନ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ସୋନପୁର ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟର ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରୀଙ୍କ ସ୍ଵାଗତ ସମାରୋହ ଉତ୍ସବ ପାଳନ ହୋଇଛି। ମୁଖ୍ୟ ଅତିଥି ଭାବରେ ଏଡିଏମ୍ ଅଞ୍ଜଳୀନା ପଧାନ ଯୋଗ ଦେଇ ଏହାକୁ ଉଦଘାଟନ କରି ଛାତ୍ରୀ ମାନଙ୍କ ପ୍ରକାଶିତ କଳା, ଜ୍ଞାନ ବିଜ୍ଞାନ ଓ ସଂସ୍କୃତି କୁ ଉଚ୍ଚ କୋଟୀର ପ୍ରଶଂସା କରିଥିଲେ। ସମ୍ମାନୀତ ଅତିଥି ଭାବରେ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ତାମସି ତମସ୍ମିତା ନାୟକ, କମିଟି ସଭାପତି ଅଭିମନ୍ୟୁ କୁଶଳ ଓ ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ ଯୋଗ ଦେଈ ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ୧୮୦ ଜଣ ନବାଗତା ଝିଅଙ୍କ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ପ୍ରତିଯୋଗିତା ହୋଇଥିଲା। ଯେଉଁଥିରେ ସ୍ନେହା ରାଣୀ ଦାଶ ରାଜନୀତି ବିଜ୍ଞାନ ବିଭାଗ ମିସ୍ ଫ୍ରେଶର ଓ ଜ୍ୟୋତିର୍ମୟୀ ସାହୁ ପ୍ରାଣୀ ବିଜ୍ଞାନ ବିଭାଗର ଛାତ୍ରୀ ମିସ୍ ଦିୱା ବିଜୟୀ ମୁକୁଟ ପାଇଁ ଯୋଗ୍ୟତା ହାସଲ କରିଥିଲେ। ଅଧ୍ୟକ୍ଷା ରିତାରାଣୀ ପୂଝାରୀଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳ ହୋଇଛି। ମୁଖ୍ୟ ଅତିଥି ଏଡିଏମ ଛାତ୍ରୀଙ୍କ ସହ ନାଚ ଗୀତରେ ସାମିଲ ହୋଇ ଖୁବ ମଜା ନେଇଥିଲେ। ଅର୍ପିତା ପଟ୍ଟନାୟକ ସଭାକୁ ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ପୁର୍ଣିମା ମିଶ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଅଧ୍ୟାପିକା ସଞ୍ଜୁ ରାଣୀ ସିଂ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ସଙ୍ଗୀତା ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ସାଂସ୍କୃତିକ କାର୍ଯକ୍ରମକୁ କାଜଲ ଓ ସମ୍ପତ୍ତି ପରିଚାଳନା କରିଥିବା ବେଳେ ବିଚାରକ ଭାବରେ ପ୍ରୀତି ପାଣିଗ୍ରାହି, ଆଲିଆ ବଗର୍ତ୍ତି, ଶୁଭଶ୍ରୀ, ପୁଜା ଓ ଶିବାନୀ ଯୋଗ ଦେଇ ମିସ୍ ଫ୍ରେସର୍ ଓ ମିସ୍ ଦିୱା ଙ୍କୁ ମନୋନୀତ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ