Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର କଲେଜରେ ଯୁକ୍ତ ତିନି ଛାତ୍ରଛାତ୍ରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ

ବୀରମହାରାଜପୁର : (ସୌମିତ୍ରି ମେହେର) ଜୀବନରେ ଛାତ୍ରଜୀବନ ଗୁରୁତ୍ବପୂର୍ଣ୍ଣ ସମୟ । ନିଜକୁ ତିଆରି କରିବାର ସମୟ ଏହା । ଏଥିପାଇଁ ଶୃଙ୍ଖଳା, ନିଷ୍ଠା ଓ ଲକ୍ଷ୍ୟ ଆବଶ୍ୟକ। ଏହା ଜ୍ଞାନଲାଭର ରାସ୍ତାକୁ ଖୋଜିବାକୁ ସାହାଯ୍ୟ କରେ। ବୀରମହାରାଜପୁର କଲେଜରେ ଅନୁଷ୍ଠିତ ଯୁକ୍ତତିନିର ସ୍ବାଗତ ସମ୍ବର୍ନ୍ଧନା ଉତ୍ସବରେ ଯୋଗଦେଇ ଅତିଥି ଏଭଳି ମତ ଦେଇଛନ୍ତି। କଲେଜ ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପରିଚାଳନା ସମିତିର ସଭାପତି ସ୍ବୟମ୍ଭୁନାଥ ଖଣ୍ଡଗିରୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଶ୍ରୀ ଖଣ୍ଡଗିରୀ ନିଜ ବକ୍ତବ୍ୟରେ କହିଥିଲେ କେବଳ ପରିଶ୍ରମ ସଫଳତା ଆଣେନାହିଁ। ପରିଶ୍ରମ ସହ ନିଷ୍ଠା ସଫଳତା ଆଣେ। ସେହିପରି ସମ୍ମାନୀତ ଅତିଥି ଭାବରେ ଇଂରାଜୀ ବିଭାଗମୁଖ୍ୟ ପ୍ରଧ୍ୟାପିକା ଗୀତାଞ୍ଜଳୀ ପୂଝାରୀ , ଓଡ଼ିଆ ବିଭାଗମୁଖ୍ୟ ଅଧ୍ୟାପକ ସୂର୍ଯ୍ୟନାରାୟଣ ପଣ୍ଡା , ଶିକ୍ଷା ବିଭାଗମୁଖ୍ୟ ଅଧ୍ୟାପକ ବିଜୟ ପ୍ରଧାନ , ପଦାର୍ଥ ବିଜ୍ଞାନ ବିଭାଗମୁଖ୍ୟ ଅଧ୍ୟାପିକା ସୁପ୍ରଭା ନନ୍ଦ ପ୍ରମୁଖ ଯୋଗଦେଇଥିଲେ। ଅତିଥି ନୂତନବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ କରିବା ସହ ମାର୍ଗଦର୍ଶନ ଦେଇଥିଲେ । ଏହି ଅବସରରେ ସ୍ନାତକତ୍ତର ପ୍ରବେଶିକା ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ସମ୍ବୋର୍ଦ୍ଧିତ କରାଯାଇଥିଲା। ଏଥିରେ ଶିକ୍ଷା ବିଭାଗରେ ପ୍ରତିମା ମେହେର , ବିଶ୍ବକଳ୍ପିତା ହୋତା , ପ୍ରତିଚି ସାହୁ , ରିନକୁନ ଅମାତ , ପଦ୍ମିନୀ ମେହେର , ଦୀପାଞ୍ଜଳୀ ସାହୁ , ଜୟନ୍ତୀ ସାହୁ , ବିଷ୍ଣୁପ୍ରିୟା ଜଗଦଲା , ଲିପି ଦେହୁରୀଙ୍କୁ ସମ୍ବୋର୍ଦ୍ଧିତ କରାଯାଇଥିଲା। ସେହିପରି ଓଡ଼ିଆରେ ଯୁଗେଶ୍ବରୀ ମେହେର , ଭାଗବତୀ ମେହେର , ଇତିହାସରେ ଦୀପକ ରଥ , ରାଜନୀତି ବିଜ୍ଞାନରେ ଝରଣା ରାଣୀ ମିଶ୍ର, ସୁମନ୍ତ ବାଘ, ଅଭିଜିତ ଚାନ୍ଦ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବିଜ୍ଞାନର ପ୍ରାଣୀ ବିଜ୍ଞାନ ବିଭାଗରେ ସିଲପା ସାହୁ , ଗଣିତରେ ରାଘବ ଚରଣ ମିଶ୍ର ଓ ପଦାର୍ଥ ବିଜ୍ଞାନ ବିଭାଗରେ ପ୍ରିତିମୟୀ ଭୋଇ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଧ୍ୟାପିକା ହରପ୍ରିୟା ମହାପାତ୍ର ସଭା ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ଯାମିନୀ ଦାଶ ଅନ୍ୟବାଦ ଅର୍ପଣ କରିଥିଲେ। ଏଥିରେ କଲେଜର ଅଧ୍ୟାପକ, ଅଧ୍ୟାପିକା , ଅଣଶିକ୍ଷା କର୍ମଚାରୀ ଓ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗଦେଇଥିଲେ।