Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ବ୍ଲକ ର 85 ଟି କେନ୍ଦ୍ରରେ ଗ୍ରହଣ ହେବ ସୁଭଦ୍ରା ଫର୍ମ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଭା ଗୃହରେ ବ୍ଲକ ପ୍ରଶାସନ ତରଫରୁ ସୁଭଦ୍ରା ଯୋଜନା ର ସଫଳ ରୂପାୟନ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଏହି ଯୋଜନl ବିଷୟରେ ବିଭିନ୍ନ ସୂଚନା ପ୍ରଦାନ କରାଯାଇଛି। ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ବୀରମହାରାଜପୁର ବିଡିଓ ସୁଶ୍ରୀ ପ୍ରିୟଦର୍ଶିନୀ ମିର୍ଦ୍ଧା , ସ୍ଥାନୀୟ ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ ମଞ୍ଜୁଲତା ସ୍ୱାଇଁ ଏବଂ ଅତିରିକ୍ତ ତହସିଲଦାର ସ୍ବାଗତ କୁମାର ପଣ୍ଡା ଯୋଗଦେଇ ସୁଭଦ୍ରା ଯୋଜନା ଉପରେ ବିଶଦ ଭାବେ ସୂଚନା ଦେଇଛନ୍ତି। ବୀରମହାରାଜପୁର ବ୍ଲକ ପାଇଁ ପ୍ରାୟ ୪୧ ହଜାର ୬୦୪ ଜଣ ହିତାଧିକାରୀ ଙ୍କ ପାଇଁ ଫର୍ମ ଦିଆଯାଇଛି। ବ୍ଲକର ୫୯ ଟି ସିଏସସି ଓ ୨୬ ଟି ମୋ ସେବା କେନ୍ଦ୍ର କୁ ମିଶାଇ ସମୁଦାୟ ୮୫ ଟି ସ୍ଥାନରେ ସୁଭଦ୍ରା ଯୋଜନା ର ଅନ ଲାଇନ ହେବା ସହିତ ଫର୍ମ ଦାଖଲ କରାଯାଇ ପାରିବ। ଅନ ଲାଇନ୍ ବେଳେ କିମ୍ବା ଫର୍ମ ଦାଖଲ ବେଳେ କୌଣସି ଦେୟ ନିଆଯିବ ନାହିଁ। ଯଦି କୌଣସି ସ୍ଥାନରେ ସୁଭଦ୍ରା ଫର୍ମ ପୂରଣ, ଅନଲାଇନ ପଞ୍ଜିକରଣ କିମ୍ବା ଫର୍ମ ଗ୍ରହଣ ବେଳେ କିଏ ଟଙ୍କା ମାଗେ ତୁରନ୍ତ ଅଭିଯୋଗ କରିବାକୁ କୁହାଯାଇଛି। ଏପରି ଅଭିଯୋଗ ଆସିଲେ ଯଦି ଅଭିଯୋଗ ରେ ସତ୍ୟତା ଥାଏ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆ ଯାଇଛି। ଯେମିତି ବୀରମହାରାଜପୁର ର ଅଧିକରୁ ଅଧିକ ଯୋଗ୍ୟ ହିତାଧିକାରୀ ଏହି ଯୋଜନା ରେ ସାମିଲ ହେବେ ସେନେଇ କୁହାଯାଇଛି। ବର୍ତମାନ ପର୍ଯ୍ୟନ୍ତ ୩୯୪ ଟି ଫର୍ମ ଅପଲୋର୍ଡ ହୋଇଥିବା ବିଡ଼ିଓ ମିର୍ଦ୍ଧା ସୂଚନା ଦେଇଛନ୍ତି। ଏହି ଫର୍ମ ଦାଖଲ ପାଇଁ ଶେଷ ତାରିଖ ଏଯାଏ ଘୋଷଣା ହୋଇ ନାହିଁ। ଆଧରକାର୍ଡ ରେ ମୋବାଇଲ ନମ୍ବର ଅପଡେଟ ର ଆବଶ୍ୟକ ମଧ୍ୟ ନାହିଁ ବୋଲି ସୂଚନା ଦେଇଛନ୍ତି। ସୁଭଦ୍ରା ଫର୍ମ ପୂରଣ ନାଁ ରେ କେତେକ ସ୍ଥାନରେ ଟଙ୍କା ଅସୁଲି ହେଉଥିବା ଅଭିଯୋଗ ହେଉଥିବା ପ୍ରଶ୍ନ ର ଉତ୍ତର ରେ ଏପରି କୌଣସି ଅଭିଯୋଗ ଆସି ନ ଥିବା କହିଛନ୍ତି ସିଡିପିଓ ମଞ୍ଜୁଲତା ସ୍ୱାଇଁ। କେତେକ ସ୍ଥାନରେ ଦିନବେଳେ ସିଏସସି ଜାଣି ଶୁଣି ବନ୍ଦ କରିଦେଉଥିବା ଅଭିଯୋଗ ର ଉତ୍ତର ରେ ଏପରି ହେଲେ କାର୍ଯ୍ୟାନୁଷ୍ଠନ ନିଆଯିବ ବୋଲି ବିଡ଼ିଓ କହିଛନ୍ତି। ସୁଭଦ୍ରା ଯୋଜନା କୁ ସଫଳ କରିବାକୁ ସବୁ ପ୍ରକାର ଉଦ୍ୟମ କରାଯାଉଛି ବୋଲି ସୂଚନା ଦେବା ସହିତ ଏଥିରେ ସମସ୍ତେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ