Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଢେ଼ଇ ବର୍ଷ ପରେ ବସିଲା ଦ୍ବିତୀୟ ରଙ୍ଗେଇଲୁଣ୍ଡା ପଞ୍ଚାୟତ ସମିତି ବୈଠକ।ଚୁପ୍ ଶାସନ ହଟିଲା ,ଲାଇନ ବିଭାଗର ଅଧିକାରୀ ମାନେ ପଞ୍ଚାୟତ ରେ ବିଭିନ୍ନ କାର୍ଯ୍ୟ କରିବା ଆଗରୁ ଜନପ୍ରତିନିଧି ମାନଙ୍କୁ ଅବଗତ କରାଇବେ – ମନ୍ତ୍ରୀ ଶ୍ରୀ ଜେନା

ଗୋପାଳପୁର,୦୮/୦୯
ଚୁପ୍ ଶାସନ ହଟିଲା, ଏଥର ପଞ୍ଚାୟତ ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିବା ପୂର୍ବରୁ ଲାଇନ ବିଭାଗ ଅଧିକାରୀମାନେ ଜନପ୍ରତିନିଧି ଙ୍କୁ ଅବଗତ କରିବାକୁ ପଡ଼ିବ ବୋଲି ଆଜି ରଙ୍ଗେଇଲୁଣ୍ଡା ବ୍ଲକ ପକ୍ଷରୁ ଅଢେ଼ଇ ବର୍ଷ ପରେ ଆୟୋଜିତ ସାଧାରଣ ବୈଠକ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗୋପାଳପୁର ବିଧାୟକ ତଥା ରାଜ୍ୟ ପରିବହନ ଖଣି ଓ ଇସ୍ପାତମନ୍ତ୍ରୀ ବିଭୂତି ଭୂଷଣ ଜେନା ମତପୋଷଣ କରିଥିଲେ। ବ୍ଲକ ବିଡ଼ିଓ ଅଂଶୁମାନ ମହାପାତ୍ର
ସ୍ବାଗତ ଭାଷଣ ପ୍ରଦାନ କରିବା ସହ ପୂର୍ବ ବୈଠକ ର ନିର୍ଦ୍ଧାରଣ ପଠନ କରିଥିଲେ।ବ୍ଲକ ଅଧ୍ୟକ୍ଷା ଚିନି ଉଷାରାଣୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତ ଜନପ୍ରତିନିଧି ଉପସ୍ଥିତ ରହିଥିଲେ। ସାଜସଜ୍ଜା ବଢିଆ ହୋଇଛି। ଅଢେଇ ବର୍ଷ ପରେ ସମିତି ବୈଠକ ଅନୁଷ୍ଠିତ ହୋଇଛି,ପଞ୍ଚାୟତ ପ୍ରତିନିଧି ମାନେ ବିଭିନ୍ନ ଲାଇନ ବିଭାଗର ଅଧିକାରୀ ମାନଙ୍କୁ ଚିହ୍ନି ପାରିଲେ। କିନ୍ତୁ ଅଢେଇ ବର୍ଷ ପରେ ସମିତି ବୈଠକ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମନ୍ତ୍ରୀ ଶ୍ରୀ ଜେନା ମତପୋଷଣ କରିଥିଲେ। ଏହି ବୈଠକ ପ୍ରତି ଦୁଇମାସରେ ଥରେ ହେବାର ବିଧି ବ୍ୟବସ୍ଥା ରହିଥିବା ବେଳେ କାହିଁକି ସମିତି ବୈଠକ ହେଉ ନ ଥିଲା ତାହା ପୂର୍ବ ସରକାରଙ୍କୁ ଜଣା ବୋଲି କହିବା ସହ ପୂର୍ବ ସରକାର ରାଜ୍ୟ ରୁ ଯାଇଛି ନୂତନ ସରକାର ଆସିଛି ଏଣିକି ଆଉ ତାହା ଚାଲିବ ନାହିଁ ବୋଲି ମଧ୍ୟ କହିଥିଲେ ।ଏଭଳି ଭାବେ ବ୍ଲକ ରେ ଅନୁଷ୍ଠିତ ବୈଠକ ଗୁଡ଼ିକରେ ସମିତି ସଭ୍ୟ,ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ଏକାଠି ବସିଲେ ଅଞ୍ଚଳର ଉନ୍ନତି ହେବ। ପୂର୍ବ ସରକାର ସମୟରେ ଲୋକ ପ୍ରତିନିଧି ମାନଙ୍କୁ ଅଣଦେଖା କରାଯାଉଥିଲା। ଏଣିକି ତାହା କରିବାକୁ ଦିଆଯିବ ନାହିଁ।ରଙ୍ଗେଇଲୁଣ୍ଡା ବ୍ଲକ କୁ ସରସ ସୁନ୍ଦର କରିବା ସହ ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ସରକାରୀ ଯୋଜନାକୁ କିପରି ଅଞ୍ଚଳରେ କାର୍ଯ୍ୟ କରିବା ସହ ତଳସ୍ତରରୁ ଉପରସ୍ତରର ଅଧିକାରୀମାନେ ବିଭାଗ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷାକରି କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ବର୍ତମାନ ସେ ମନ୍ତ୍ରୀ ହୋଇଛନ୍ତି, ଦଳମତ ନିର୍ବିଶେଷରେ ବ୍ଲକ୍ ର ଉନ୍ନତି ପାଇଁ ସମସ୍ତେ ଏକାଠି କାମ କରିବାକୁ ଆହ୍ୱାନ ଦେଇଥିଲେ। ଆସନ୍ତୁ ବସିବା ମିଳିମିଶି କାମ କରିବା।ଏଣୁ ସମସ୍ତଙ୍କୁ ଧରି କାମକରିବି।ଯେ କୌଣସି ମୁହୂର୍ତ୍ତରେ ଦଳମତ ନିର୍ବିଶେଷରେ ଲୋକମାନେ ଆସିଲେ ତାଙ୍କର କାମ କରିବି ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଥିଲେ।। ଆଜିଠୁ ଯେପରି ଦୁଇ ମାସରେ ଥରେ ନିୟମିତ ବୈଠକ ହେବ ସେ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ବ୍ଲକ ଅଧ୍ୟକ୍ଷା ଙ୍କୁ ପରାମର୍ଶ ଦେଇଥିଲେ। ଉଦ୍ୟାନ ବିଭାଗ ବିନା ଅଫିସ ରେ ଚାଲିଛି ଏଣୁ ତୁରନ୍ତ ବ୍ଲକ ପରିସରରେ ବିଭାଗ ନିମନ୍ତେ ଗୃହ ବ୍ୟବସ୍ଥା କରାଯାଇ ଅଫିସ୍ ଖୋଲାଯାଉ ବୋଲି ମନ୍ତ୍ରୀ କହିଛନ୍ତି ।ବୈଠକ ସମୟରେ ଭାବିନିପୁର ଗ
ପଞ୍ଚାୟତ ର ନିଳାନ୍ଚଳ ନଗର ସମତେ ବିଭିନ୍ନ ଅଞ୍ଚଳରେ ଆର ଡି ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ ହେଉଥିଲେ ମଧ୍ୟ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ବର୍ଷା ଦିନେ ଅନେକ ସ୍ଥାନରେ ପାଣି ଜମୀ ରହି ମଶା ଉପଦ୍ରବ ହେଉଛି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ସରପଂଚ ରଞ୍ଜିତ କୁମାର ସାହୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ପରି ଅନେକ ସରପଂଚ ସମିତି ସଭ୍ୟ ବିଭିନ୍ନ ବିଭାଗର ନିଜ ନିଜ ଅଞ୍ଚଳର ସମସ୍ୟା ନେଇ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ବୈଠକ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଂଶୁମାନ ମହାପାତ୍ର, କନିସି ତହସିଲଦାର କବିରାଜ ପ୍ରଧାନ,ଜିଲ୍ଲା ପରିଷଦ ସଭ୍ୟ ଦୀପକ ସାମନ୍ତ, ଜିଲ୍ଲାପରିଷଦ ସଭ୍ୟା ତଅପୋଇ ଦାସ, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ରାଜେଶ୍ୱରି ଦୋରା, ବ୍ଲକ ଉପାଧ୍ୟକ୍ଷା ଅନିତା ମହାଙ୍କୁଡ, ସମସ୍ତ ସରପଞ୍ଚ ସମିତି ସଭ୍ୟ, ସଭ୍ୟା, ଲାଇନ୍ ବିଭାଗର ସମସ୍ତ କର୍ମଚାରୀ ଆସିଥିଲେ। କ୍ଷୁଦ୍ର ଜଳସେଚନ ବିଭାଗ, ଜଳସେଚନ ବିଭାଗ ର କୌଣସି କର୍ମଚାରୀ ବୈଠକ ରେ ଅନୁପସ୍ଥିତ ରହିଥିବାରୁ ମନ୍ତ୍ରୀ ବିରକ୍ତି ପ୍ରକାଶ କରିଥିଲେ। ଏଣିକି ବୈଠକ ସମୟରେ ସମସ୍ତ ବିଭାଗର କର୍ମଚାରୀ ମାନେ ଆସିବାକୁ ବାଧ୍ୟ ବୋଲି କହିବା ସହ ବୈଠକକୁ ନଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହାବା ସହ ଅନୁପସ୍ଥିତ ରହିଥିବା ଲାଇନ ବିଭାଗ କର୍ମଚାରୀଙ୍ଚିକ ଠାରୁ କୈଫିୟତ ମାଗିବା ପାଇଁଁ ବିଡ଼ିଓ ଙ୍କୁ ପରାମର୍ଶ ଦେଇଥିଲେ ମନ୍ତ୍ରୀ।ସଭା ପରେ କେତକ ଜନପ୍ରତିନିଧି ରାଜ୍ୟ ସରକାରଙ୍କ ପକ୍ଷରୁ ଆସିଥିବା ବିଭିନ୍ନ ଉନ୍ନୟନ ପାଣ୍ଠି କୁ ସମଭାବ ରେ ସମସ୍ତ ପଞ୍ଚାୟତ କୁ ବାଣ‌୍ଟିବା ପାଇଁ ବ୍ଲକ ପ୍ରଶାସନ ଚେଷ୍ଟା କରିବାକୁ ବିଡ଼ିଓ ଅଂଶୁମାନ ମହାପାତ୍ର ଭେଟି ଅଭିଯୋଗ କରିଥିବା ଦେଖିବାକୁ ମିଳିଥିଲା।