ନବରଙ୍ଗପୁର: ଝରିଗାଁ ବ୍ଲକ ଚେପଟିଅମ୍ବା ଗାଁରେ ଝାଡ଼ାବାନ୍ତି । ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ମେଡିକାଲ ଟିମ୍ ଗାଁରେ ପହଞ୍ଚି ଚିକିତ୍ସା ଜାରି ରଖିଛନ୍ତି ।
କିଛି ଦିନ ପୂର୍ବରୁ ଝାଡ଼ାବାନ୍ତିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ସକାଳେ ଜଣଙ୍କର ମୃତ୍ୟୁ ଘଟିଛି । ମୃତ ଜଣକ ହେଲେ ଚେପଟିଆମ୍ବା ଗାଁର ମଧୁ ଜାନୀ । ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମଧୁଙ୍କ ମୃତ୍ୟୁ ଘଟିଛି ।
କେଉଁ କାରଣ ଯୋଗୁ ଗାଁରେ ଝାଡ଼ାବାନ୍ତି ବ୍ୟାପିଛି ତାହା ଜଣାପଡ଼ିନାହିଁ । ଦୂଷିତ ପାଣି ପିଇବା ଯୋଗୁଁ ଗାଁରେ ଝାଡ଼ାବାନ୍ତି ବ୍ୟାପିଥିବା ସନ୍ଦେହ କରାଯାଉଛି । ପାଣି ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି । ଏଥିସହ ଗାଁରେ ମେଡିକାଲ ଟିମ୍ ଅସ୍ଥାୟୀ କ୍ୟାମ୍ପ କରି ଲୋକଙ୍କ ଚିକିତ୍ସା ଜାରି ରଖିଛନ୍ତି ।