Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟିକରାପଡ଼ା ରେ ନୂଆଁଖାଇ ଭେଟଘାଟ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ପଞ୍ଚାୟତ ଅନ୍ତର୍ଗତ ଟିକିରାପଡାରେ ନୂଆଁଖାଇ ପର୍ବ ଖୁବ୍ ଧୂମଧାମରେ ପାଳିତ ହୋଇଯାଇଛି। ସୁବଳୟା, ଟିକିରାପଡା ଓ ସାଲେଇପଦର ଅଧିଷ୍ଟାତ୍ରୀ ଗ୍ରାମଦେବୀ ସପ୍ତଶକ୍ତି ଦେମୂଳ ପୀଠରେ ପୂଜକ ଗଣେଶ ପଧାନ ପୂଜା ପାଠ କରି ଦେବଦେବୀଙ୍କୁ ନବାର୍ଣ୍ଣ ଅର୍ପଣ କରିଥିଲେ । ପରେ ଜଗନ୍ନାଥ ମନ୍ଦିର , ରଘୁନାଥ ମନ୍ଦିର , ପାହାଡ ଉପରେ ଥିବା ସିଦ୍ଧେଶ୍ବର ବାବାଙ୍କ ପୀଠ ଆଦିରେ ପୂଜା ପାଠ ସହ ଘରେ ଘରେ ନିଜ କୁଳ ଦେବତାଙ୍କୁ ନବାର୍ଣ୍ଣ ଅର୍ପଣ କରି ଲୋକେ ପରିବାର ସହ ନୂଆଁ ଖାଇଥିଲେ। ସନ୍ଧ୍ୟାରେ ସ୍ଥାନୀୟ ଦଧିବାମନ ଯୁବକ ମହାସଂଘ ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଗିରିଧାରୀ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି , ଅଧ୍ୟାପକ ଡକ୍ଟର ଲିଙ୍ଗରାଜ ମେହେର ମୁଖ୍ୟବକ୍ତା , ସମାଜସେବୀ ସପନ ପଧାନ ଓ ଆତ୍ମାର ସଭାପତି ତପନ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ନୂଆଁଖାଇର ମହାନତା ସଂପର୍କରେ ମତବ୍ୟକ୍ତ କରିଥିଲେ। ଏଥିରେ ଗ୍ରାମର ବୟୋଜ୍ଯେଷ୍ଠ ବ୍ୟକ୍ତି ରମାକାନ୍ତ ମେହେର , ଗଙ୍ଗାଧର ମେହେର , ଟଙ୍କଧର ମେହେର , ଡୋଲାମଣି ମେହେର , ଶଙ୍କର ମେହେର ପ୍ରଭୃତି ମଞ୍ଚାସିନ ଥିବାବେଳେ ହସ୍ତତନ୍ତ ପାଇଁ ଜାତୀୟ ସ୍ତରୀୟ ପୁରସ୍କାର ପାଇଥିବା ଗ୍ରାମର ରସାନନ୍ଦ ମେହେରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଈଶ୍ବର ମେହେରଙ୍କ ସଂଯୋଜନାରେ ଗ୍ରାମର ବାଳକବାଳିକା ଓ ଯୁବକମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଟିକିରାପଡା ସମେତ ଆଖପାଖ ଗ୍ରାମର ଅନେକ ଲୋକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉପଭୋଗ କରିଥିଲେ। ଦଧିବାମନ ଯୁବକ ମହାସଂଘର ସଭାପତି ସମିତ କୁମାର ମେହେରଙ୍କ ନେତୃତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଙ୍ଘର ସମସ୍ତ କର୍ମକର୍ତ୍ତା ବିଶେଷ ସାହାଯ୍ୟ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ