ଗଣେଶ ଭସାଣ ବେଳେ ଛୁରା ମାଡ଼, ଚାଲିଗଲା ଜଣଙ୍କ ଜୀବନ


କଟକ: ଗଣେଶ ଭସାଣ ବେଳେ ଗୋଷ୍ଠୀ ସଂଘର୍ଷ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଧୁରୁସିଆ ଗାଁରେ ଘଟିଛି ଘଟଣା । ଆହତଙ୍କ ମଧ୍ୟରେ ଜଣଙ୍କ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଅନ୍ୟ ୨ ଜଣ ସାମାନ୍ୟ ଆହତଙ୍କ ଘରେ ଚିକିତ୍ସା ଚାଲିଛି । ମୃତକ ଜଣଙ୍କ ନାବାଳକ ବୋଲି ସୂଚନା ମିଳିଛି ।

ଗତକାଲି ବିଳମ୍ବିତ ରାତିରେ ଗୋପାଳ ସାହି ଓ ଧୁରୁସିଆ ଗାଁରେ ଗଣେଶ ଭସାଣ ହେଉଥିଲା ବେଳେ ଦୁଇ ଗାଁର ପିଲା ମୁହାଁମୁହିଁ ହୋଇଥିଲେ । ପରେ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ଆରମ୍ଭ ହେବା ସହ ଉଗ୍ର ରୂପ ନେଇଥିଲା । ଉଭୟ ଗୋଷ୍ଠୀ ପରସ୍ପରକୁ ଛୁରି ଓ ଭୁଜାଲିରେ ଆକ୍ରମଣ କରିଥିଲେ । ଖବର ପାଇ ପୋଲିସ ପହଞ୍ଚିବା ପରେ ଉତ୍ତେଜନା ଥମିଥିଲା ।

ଦୁଇ ଗୋଷ୍ଠୀ ଗଣ୍ଡଗୋଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ପୋଲିସ ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏବେ ବି ଗାଁରେ ଚାପା ଉତ୍ତେଜନା ଲାଗି ରହିଛି । କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଉପୁଜିବା ପାଇଁ ଗାଁରେ ପୋଲିସ ମୁତୟନ ହୋଇଛନ୍ତି ।