Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପୂଜା ପୂର୍ବରୁ ଆବୁରୁକୁକୁ ତଡ଼ିପାର କଲା କମିଶନରେଟ ପୋଲିସ

ଭୁବନେଶ୍ବର: ପାର୍ବଣ ପୂର୍ବରୁ ହାର୍ଡକୋର ଅପରାଧୀଙ୍କ ଉପରେ କମିଶନରେଟ ପୋଲିସର ଆକ୍ସନ । କୁଖ୍ୟାତ ଅପରାଧୀ ଆର. ଉଦୟ କିରଣ ଓରଫ ଆବୁରୁକୁ ତଡିପାର କଲା କମିଶନରେଟ ପୋଲିସ । ଲକ୍ଷ୍ମୀସାଗର ଥାନା ମୋଚି ସାହିର ଆବୁରୁକୁ ବିରୋଧରେ ଅପରାଧର ତାଲିକା ବେଶ ଲମ୍ବା ଥିଲା । ୨୦୨୩ ମସିହାରେ ଦଫା ୧୧୦ରେ ମଧ୍ୟ ଆବୁରୁକୁ ବୁକ୍ କରାଯାଇଥିଲା ।

୨୦୨୦ ମସିହାରୁ ନିଶା କାରବାର, ଡକାୟତି, ଗଣ୍ଡଗୋଳ, ହତ୍ୟା ଉଦ୍ୟମ, ଅପହରଣ, ଦାଦାବଟି ଭଳି ସଙ୍ଗୀନ ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ଏବର୍ଷ ମଧ୍ୟ ଷ୍ଟେସନ ବଜାର ଓ ଚିନ୍ତାମଣିଶ୍ବର ଅଞ୍ଚଳରେ ଅନେକ ଅପରାଧ ଘଟାଇ ଲୋକଙ୍କ ମନରେ ଭୟ ସୃଷ୍ଟି କରୁଥିବା ଏହି ହାର୍ଡକୋରକୁ ତଡିପାର କରାଯାଇଛି ।

କେବଳ ସେତିକି ନୁହେଁ, ପେସାଦାର ଅପରାଧୀଙ୍କ ଏକ ତାଲିକା ପ୍ରସ୍ତୁତ କରିଛି କମିଶନରେଟ ପୋଲିସ । ଦଶହରାକୁ ଆଖି ଆଗରେ ରହି ଖୁବଶୀଘ୍ର ଏହି ଅଭିଯୁକ୍ତଙ୍କୁ ଜେଲ ପଠାଯିବ ବୋଲି କହିଛନ୍ତି ପୋଲିସ କମିଶନର ।