କାଲିଠୁ ରାଜ୍ୟରେ ପୁଣି ନିର୍ଧୁମ ଛେଚିବ ବର୍ଷା


ଭୁବନେଶ୍ବର: ଗୋଟିଏ ଦିନ ବ୍ରେକ୍ ପରେ ଆସନ୍ତାକାଲିଠାରୁ ପୁଣି ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ । ଆସନ୍ତାକାଲି ସୃଷ୍ଟି ହୋଇ ପାରେ ଆଉ ଏକ ଲଘୁଚାପ । ବଙ୍ଗୋପସାଗରରେ ସମ୍ଭାବ୍ୟ ଲଘୁଚାପ ଯୋଗୁଁ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଏବେ ମିଆଁମାର ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତିକରି ଆସନ୍ତାକାଲି ମଧ୍ଯରେ ଉତ୍ତର ବଙ୍ଗୋପସାଗରରେ ପ୍ରବେଶ କରିବ । ଏହାର ପ୍ରଭାବରେ ଶୁକ୍ରବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ।

ଶୁକ୍ରବାର ପ୍ରବଳ ବର୍ଷା ପାଇଁ ମୟୂରଭଞ୍ଜ ଓ କେନ୍ଦୁଝରକୁ ସତର୍କତା ଜାରି କରାଯାଇଛି । ସେହିପରି ଭଦ୍ରକ, ଯାଜପୁର, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ଗଞ୍ଜାମ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପାଇଁ ଆଲର୍ଟ କରାଯାଇଛି ।