Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଣେଷ ମୂର୍ତ୍ତି ବିସାର୍ଜନ ବେଳେ ଦୁଇଟି ସ୍ଥାନରେ ଗଣ୍ଡଗୋଳ ୫ କୋର୍ଟ ଚାଲାଣ l

ଗୋପାଳପୁର,୧୨/୦୯
ଗୋଳନ୍ଥରା ଥାନା ଅଧୀନ ଦୁଇ ଟି ଗାଁରେ ଗଣେଷ ମୂର୍ତ୍ତି ବିସର୍ଜନ ସମୟରେ ଗଣ୍ଡଗୋଳ ଘଟି ୭ରୁ ଉର୍ଦ୍ଧ ଲୋକ ଆହତ ହେଇଥିବା ବେଳେ ଗୋଳନ୍ଥରା ପୋଲିସ ଗଣ୍ଡଗୋଳ ରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ସୂଚନା ଅନୁଯାଇ ଗତକାଲି ରାତି ସାଢେ ୧୦ଟା ବେଳେ ଗୋଳନ୍ଥରା ଥାନା ଅଧୀନ କେଉଟ କୋଇଠା ଗାଁର କିଛି ଯୁବକ ଗଣେଷ ମୂର୍ତ୍ତି ବିସର୍ଜନ ପାଇଁ ଯାଉଥିବା ବେଳେ ସୋରଳ ବସ ଷ୍ଟାଣ୍ଡ ନିକଟରେ କିଛି ଯୁବକଙ୍କ ସହ କଥା କଟା କଟି ହୋଇ ଗଣ୍ଡଗୋଳ ହୋଇଥିଲା lଗଣ୍ଡଗୋଳ ସମୟରେ କିଛି ଯୁବକ ଅସ୍ତ୍ର ପ୍ରଚାର ବ୍ଲେଡରେ ଆକ୍ରମଣ କରି ସୋରଳର କିଛି ଯୁବକଙ୍କୁ ରକ୍ତାକ୍ତ କରିଥିଲେ l କିଛି ସମୟ ପରେ ପରିସ୍ଥିତି ଶାନ୍ତ ପଡିଥିଲା l ଉକ୍ତ ଘଟଣାକୁ କେନ୍ଦ୍ର କରି ଆଜି ସକାଳ ସାଢେ ୯ ଟା ବେଳେ କେଉଟ କୋଇଠାର ଧର୍ମରାଜ ବେହେରା ନାମକ ଜଣେ ଶିକ୍ଷକ ନିଜ ସ୍କୁଟି (ଓଡି୦୭ ଏଏସ -୦୯୩୭ )ଯୋଗେ ସ୍କୁଲକୁ ଯାଉଥିବା ବେଳେ ବସ ଷ୍ଟାଣ୍ଡ ନିକଟରେ ୧୦ରୁ ୧୫ ଜଣ ଯୁବକ ତାଙ୍କୁ ଅଟକାଇ ମରଣାନ୍ତକ ଆକ୍ରମଣ କରିବା ସହ ସ୍କୁଟି ଟିକୁ ଭାଙ୍ଗି ଦେଇଥିଲେ । ଯାହାକୁ ନେଇ ସୋରଳ ଗାଁ ରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା lଖବର ପାଇ ପୋଲିସ ଫୋର୍ସ ଗାଁ ରେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବା ପରେ ସ୍ଥିତି ନିୟଂତ୍ରଣକୁ ଆସିଥିଲା l ଏ ନେଇ ଶିକ୍ଷକଙ୍କ ଅଭିଯୋଗ କ୍ରମେ ଗୋଳନ୍ଥରା ଥାନା କେଶ ନଂ ୩୬୬/୨୪ ପୋଲିସ ମାମଲା ରୁଜୁ କରିବା ସହ ସୋରଳ ଗାଁର ଭାବନି ଶଙ୍କର ବେହେରା, ରାମ ବେହେରା ଏବଂ କାହ୍ନା ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି l ସେହି ପରି ଗୋବିନ୍ଦନଗର ପଞ୍ଚାୟତର ଝିଙ୍କି ପଦର ଗାଁରେ ରାତିରେ ମୂର୍ତ୍ତି ବିସର୍ଜନ ସମୟରେ କୌଣସି ଏକ କାରଣକୁ କେନ୍ଦ୍ର କରି ଶଙ୍କର ଦାସ, ବିଜୁ ଦାସ ଏବଂ ଅନ୍ୟ ଗାଁର ଦୁଇ ଜଣ ଯୁବକ ମିଳିତ ଭାବେ ରେଳ ଫାଟକ ନିକଟରେ ବିୟର ବୋତଲ ସାହାଯ୍ୟରେ କିଛି ଲୋକଙ୍କୁ ଆକ୍ରମଣ ମାରଣାନ୍ତକ ଆକ୍ରମଣ କରିଥିଲେ l ଏଥିରେ ଝିଙ୍କି ପଦର ଗାଁର ରୋହିତ ଦାସ, ଅର୍ଜୁନ ଦାସ ଗୌରାଙ୍ଗ ଦାସ ନୟନା ଦାସ, କାନ୍ହୁ ଦାସ ଏବଂ ସୁଭଦ୍ରା ଦାସ ପ୍ରମୁଖ ଆହତ ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ lଘଟଣା ନେଇ ଆଜି ରୋହିତ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା କେଶ ନଂ ୩୬୪/୨୪ ରେ ଏକ ମାମଲା ରୁଜୁ କରିବା ସହ ପୋଲିସ ଶଙ୍କର ଦାସ ଓ ବିଜୁ ଦାସକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି l ସୋରଳ ଏବଂ ଝିଙ୍କିପଦର ଗଣ୍ଡଗୋଳ ଘଟଣାରେ ଅନ୍ୟ ଯେଉଁମାନେ ସମ୍ପୃକ୍ତ ଥିବେ ଖୁବ ଶୀଘ୍ର ଗିରଫ କରାଯିବ ଏବଂ ପରିସ୍ଥିତି ନିୟନ୍ତ୍ରଣରେ ରହିଛି, ସୋରଳ ଗାଁର ଉପରେ ପୋଲିସ ପକ୍ଷରୁ ତୀକ୍ଷ୍ଣ ନଜର ରଖା ଯାଇଥିବା ଥାନାଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି l