Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ରେ ଛାତ୍ର ଉତ୍ତେଜନା।ହଷ୍ଟେଲ ରୁମରେ ଗୋମାଂସ ଭକ୍ଷଣ ଅଭିଯୋଗ।ପରିସ୍ଥିତି କୁ ନଜରରେ ରଖି ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

ଗୋପାଳପୁର,୧୨/୦୯(ନିପ୍ର)
ଗୋପାଳପୁର ଥାନା ଅନ୍ତର୍ଗତ ଶିତଳାପଲ୍ଲୀ ଠାରେ ଥିବା ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ର ହଷ୍ଟେଲ କୋଠରୀ ରେ କିଛି ସଂଖ୍ୟା ଲଘୁ ଛାତ୍ର ଗୋମାଂସ ରାନ୍ଧି ଖାଇବା ସହ କିଛି ଅନ୍ୟ ସମ୍ପ୍ରଦାୟର ଛାତ୍ର କୁ ଜୋରଜବରଦସ୍ତ ଖୁଆଇବା ଘଟଣା ନେଇ ଆଜି କଲେଜ ପରିସରରେ ଉତ୍ତେଜନା ଦେଖାଦେବା ସହ ବଜରଙ୍ଗ ଦଳ ଓ ବିଜେପି ପକ୍ଷରୁ ଏହାର ପ୍ରତିବାଦ କରାଯାଇଛି। ଅଭିଯୋଗ ଅନୁଯାୟୀ କ୍ୟାମ୍ପସ ପରିସରରେ ଥିବା ଏକ ହଷ୍ଟେଲ ର ଏକ କୋଠରୀରେ କିଛି ସଂଖ୍ୟା ଲଘୁ ସମ୍ପ୍ରଦାୟରେ ଛାତ୍ର ଗୋମାଂସ ଆଣି ରାନ୍ଧିବା ସହ ଭକ୍ଷଣ କରିଥିଲେ ଏହା ସହ ଅନ୍ୟ ଏକ ହଷ୍ଟେଲ ରେ ରହୁଥିବା ତାଙ୍କ ର ଅନ୍ୟ ସମ୍ପ୍ରଦାୟର ମଧ୍ୟ ତାଙ୍କ ଅଜାଣତରେ ଖୁଆଇ ଦେଇଥିଲେ।ଏହି ଘଟଣା ଜଣାପଡ଼ିବା ପରେ ରାତିରେ ରେ କିଛି ଛାତ୍ର ଉକ୍ତ ହଷ୍ଟେଲ କୋଠରୀ କୁ ଯାଇ ପଚରାଉଚରା କରିବା ସହ ହଷ୍ଟେଲ ଦାୟିତ୍ଵ ରେ ରହିଥିବା ହଷ୍ଟେଲ ସୁପରିଟେଣ୍ଡଟ ରଘୁନନ୍ଦନ ସ୍ବାଇଁ ଙ୍କୁ ଅବଗତ କରିଥିଲେ। କିନ୍ତୁ ଏହି ଘଟଣା କୁ କଲେଜ କର୍ତ୍ତୃପକ୍ଷ ଗୁରୁତର ସହ ନେଇ ନଥିଲେ। ଯାହାକୁ ନେଇ ଆଜି ସକାଳେ ପରିସରରେ ଛାତ୍ର ଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଖିଥିଲା।ଘଟଣା ପ୍ରଘଟ ହେବା ପରେ ଅପରାହ୍ନ ରେ ବଜରଙ୍ଗ ଦଳର କିଛି କର୍ମୀ କଲେଜ ପରିସରରେ ପହଞ୍ଚି ଘଟଣା ନେଇ କଲେଜ ଅଧ୍ୟକ୍ଷ ଚିତ୍ତରଞ୍ଜନ ମହାପାତ୍ରଙ୍କୁ ସାକ୍ଷାତ କରି ଘଟଣା ନେଇ ପଚାରି ବୁଝିବା ସହ ଗୋମାଂସ ରୋଷେଇ କର ଖାଇବା ସହ ଅନ୍ୟ ସମ୍ପ୍ରଦାୟର ଛାତ୍ର କୁ ଜୋରଜବରଦସ୍ତ ଖୁଆଇବା ଘଟଣା ରେ ତୁରନ୍ତ କ୍ରିୟାନୁଷ୍ଠାନ ସହ ଦୋଷୀ ଛାତ୍ର ଙ୍କ ବିରୋଧ ରେ ଥାନାରେ ଲିଖିତ ଅଭିଯୋଗ କରିବାକୁ ଦାବି ଜଣାଇଥିଲେ।ଘଟଣା ନେଇ କଲେଜ ଅଧ୍ୟକ୍ଷ ଚିତ୍ତରଞ୍ଜନ ମହାପାତ୍ରଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଛନ୍ତି ଯେ ସେ ସୁପରିଟେଣ୍ଡଣ୍ଟ ଓ ଛାତ୍ର ଙ୍କ ଠାରୁ ପାଇଥିବା ଅଭିଯୋଗ ଅନୁଯାୟୀ ସନ୍ଧ୍ୟା ରେ କଲେଜ ର ଶୃଙ୍ଖଳା କମିଟି ର ବୈଠକ ଡାକିବା ସହ ଘଟଣା ନେଇ ଏକ କମିଟି ଦ୍ବାରା ତଦନ୍ତ କରାଯିବ।ଦୋଷ ସାବ୍ୟସ୍ତ ହେଲେ କଲେଜ ଆଇନ ଅନୁଯାୟୀ ଶୃଙ୍ଖଳା ଗତ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ। ଅନ୍ୟ ପଟେ ଘଟଣା ଜଣାପଡ଼ିବା ପରେ ଗୋପାଳପୁର ଥାନା ଆଇଆଇସି ପ୍ରଶାନ୍ତ ମଲ୍ଲିକ କଲେଜ ରେ ପହଞ୍ଚି ଅଧ୍ୟକ୍ଷ ସମେତ ବିଦ୍ୟାର୍ଥୀ ଙ୍କ ସହ ଆଲୋଚନା କରିଥିଲେ। ସୁରକ୍ଷା ଦୃଷ୍ଟିରୁ କଲେଜ ପରିସରରେ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇ ପରିସ୍ଥିତି ପ୍ରତି ନଜଳ ରଖାଯାଇଥିବା ସୂଚନା ଦେଇଥିଲେ।