ଗଣେଶ ବିସର୍ଜନ ବେଳେ ଯୁବକଙ୍କ ହାତରେ ଫୁଟିଲା ବାଣ


ଗଞ୍ଜାମ: ଗଣେଶ ବିସର୍ଜନ ସମୟରେ ଅଘଟଣ । ଜଣେ ଯୁବକଙ୍କ ହାତରେ ବାଣ ଫୁଟି ସେ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ନୂଆଁପୋଲି ଗ୍ରାମରେ ଘଟିଛି ଅଘଟଣ ।

ଆହତଙ୍କ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଯୁବକ ଜଣଙ୍କ ଘରକୁ ଫେରି ଆସିଥିବା ଜଣାଯାଇଛି ।

ଗତକାଲି ନୂଆଁପୋଲି ଗାଁରେ ଗଣେଶ ବିସର୍ଜନ ଚାଲିଥିଲା । ଏହି ସମୟରେ ଯୁବକ ଜଣଙ୍କ ବାଇ ଫୁଟାଉଥିଲେ । ଅସାବଧାନତା ଯୋଗୁଁ ବାଣଟି ତାଙ୍କ ହାତରେ ଫୁଟି ଯାଇଥିଲା । ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସା ପରେ ଯୁବକ ଜଣଙ୍କ ସୁସ୍ଥ ଥିବା ଜଣାଯାଇଛି ।