Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସୁବଳୟା ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଉଚ୍ଚ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ସଦାନନ୍ଦ ରଥଙ୍କ ସଭାପତିତ୍ୱରେ ତଥା ଜୁନିଅର ରେଡ଼କ୍ରସ ପରାମର୍ଶଦାତା ଶ୍ରୀ ଚନ୍ଦ୍ରମଣି ବାଘଙ୍କ ସଂଯୋଜନାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି l ଶ୍ରୀ ବାଘ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ମୂର୍ଚ୍ଛା , ଆହତ, ସାପ କାମୁଡା , ନିଆଁ ପୋଡି ଇତ୍ୟାଦି ବିଷୟରେ କିପରି ପ୍ରାଥମିକ ଚିକିତ୍ସା ଦିଆଯିବ ତାର କୌଶଳ ଶିକ୍ଷା ପ୍ରଦର୍ଶନୀ କରିଥିଲେ I ଯାହାଦ୍ୱାରା ଆହତ ବ୍ୟକ୍ତି ଡାକ୍ତରଖାନା ଯିବା ପର୍ଯ୍ୟନ୍ତ ଆଶ୍ବସ୍ତି ଲାଭକରିବ l ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁବରଣ ସଂଖ୍ୟା କମାଯାଇପାରିବ ବୋଲି ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମତବ୍ୟକ୍ତ କରିଥିଲେ l ଏହି କାର୍ଯ୍ୟକ୍ରମ ରାଜ୍ୟ ରେଡ଼କ୍ରସ ମୁଖ୍ୟ କାର୍ଯ୍ୟାଳୟର ଆହ୍ୱାନ, ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କ ମାର୍ଗଦର୍ଶନ ତଥା ଜୁନିଅର ରେଡ଼କ୍ରସ ଅଫିସର ରବିଚନ୍ଦ୍ର ପଶାୟତଙ୍କ ତତ୍ୱାବଧାନରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା l ଶିକ୍ଷକ ସୁରେନ୍ଦ୍ର ପାଢ଼ୀ ପଦ୍ମନାଭ ମିଶ୍ର , ଅରୁଣ କୁମାର ସିଂହ , ସିଦ୍ଧାର୍ଥ ମିଶ୍ର , ଶାମ୍ପା ବିଶ୍ୱାଳ , ପ୍ରତିମା ବାଘ , ସ୍ବର୍ଣ୍ଣମୟୀ ଶତପଥୀ , ମାନସୀ ଦାଶ ଓ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l ଶେଷରେ ଶିକ୍ଷକ ପ୍ରଦୀପ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ l