ରାସ୍ତାରେ ପଡ଼ିଛି ଅଜଣା ମହିଳାଙ୍କ ଶବ


କୋଣାର୍କ: ବନାଖଣ୍ଡି ରାସ୍ତା କଡ଼ରେ ପଡିଛି ମହିଳାଙ୍କ ମୃତଦେହ । କେହି ତାଙ୍କୁ ହତ୍ୟା କରିବା ପରେ ରାସ୍ତାରେ ଫିଙ୍ଗି ଚାଲି ଯାଇଥିବା ସନ୍ଦେହ କରାଯାଉଛି । ସକାଳୁ ମହିଳାଙ୍କ ମୃତଦେହ ପଡ଼ିଥିବା ଖବର ପ୍ରଚାରିତ ହେବା ପରେ ଘଟଣା ସ୍ଥଳରେ ଲୋକଙ୍କ ଭିଡ ଜମିଛି । ତେବେ କେହି ମହିଳାଙ୍କ କେଉଁ ଅଞ୍ଚଳର କହିପାରୁନାହାନ୍ତି ।

ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥାଳରେ ସାଇଣ୍ଟିଫିକ୍ ଟିମ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।

ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ମହିଳାଙ୍କୁ ହତ୍ୟା କରି ଫୋପାଡ଼ି ଦେଇ ପଳାଇଥିବା ଅନୁମାନ କରାଯାଉଛି । ବର୍ଷା ଯୋଗୁଁ ମହିଳାଙ୍କ ମୁହଁ ବିକୃତ ହୋଇଯାଇଛି । ତେଣୁ ମହିଳାଙ୍କୁ ଚିହ୍ନଟ କରିବାରେ ସମସ୍ୟା ହେଉଛି ।