ବୀରମହାରାଜପୁର ମହିଳା ମହାବିଦ୍ୟାଳୟ ରେ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହିଳା ମହାବିଦ୍ୟାଳୟ ରେ ଚିତ୍ତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ 51 ତମ ମେଗା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି I ଶନିବାର ଶିବିର କୁ ଓଡିଶା ଉଚ୍ଚ ନ୍ୟାୟାଳୟର ଜଷ୍ଟିସ୍ କୃଷ୍ଣରାମ ମହାପାତ୍ର ଉଦଘାଟନ କରିଥିଲେ I ଉଦଘାଟନୀ ଉତ୍ସବରେ ପୂର୍ବତନ ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶ , ପ୍ରୋଫେସର ସୁଜାତା ପୁଝାରୀ , ପୁର୍ବତନ ଏମପି ଭବାନୀ ଶଙ୍କର ହୋତା , ଉପଜିଲ୍ଲାପାଳ ଲଲାଟେନ୍ଦୁ ସି , ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଦୁର୍ଗାଦତ୍ତ ଦାସ ଚିତ୍ତଜ୍ଞାନୀ ଚାରି ଟେବୁଲ ଟ୍ରଷ୍ଟ ର ଟ୍ରଷ୍ଟୀ ଡା.ଦତ୍ତେଶ୍ଵର ହୋତା , ଡ.ପ୍ରଫୁଲ୍ଲ କୁମାର ରଥ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜିତ କୁମାର ରଥ , ଯୁଗଳ କିଶୋର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l
ଶିବିରରେ କଟକ , ଭୁବନେଶ୍ବର , ବୁର୍ଲା ,ବଲାଙ୍ଗିର, ସମ୍ବଲପୁର ତଥା ରାଜ୍ୟ ବାହାରର ଖ୍ୟାତନାମା ବିଶେଷଜ୍ଞ ଚିକିତ୍ସକ ଙ୍କ ଦ୍ଵାରା ଅତ୍ୟାଧୁନିକ ପଦ୍ଧତି ଅନୁସରଣରେ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା I ସ୍ତ୍ରୀ ଓ ପ୍ରସୂତି ବିଭାଗ , ଅସ୍ଥିଶଲ୍ୟ , ଶିଶୁ ରୋଗ , ହୃଦରୋଗ , ଭେଷଜ , କିଡ଼ନୀ , ମୂତ୍ର ରୋଗ , ଚର୍ମ ଓ ଯୌନ , ଶରିରର ଯନ୍ତ୍ରଣା , ଚକ୍ଷୁ , ଦନ୍ତ , ଇଏନଟି ସର୍ଜରୀ ଆଦି ରୋଗର ଚିକିତ୍ସା କରାଯାଇଛି I ଅତ୍ୟାଧୁନିକ ଯନ୍ତ୍ରାଂଶ ଦ୍ଵାରା ରକ୍ତ ପରୀକ୍ଷା , ଇସିଜି , ଚକ୍ଷୁ ପରୀକ୍ଷା, ଏକ୍ସରେ କରାଯାଇ ଔଷଧ ଓ ଚଷମା ପ୍ରଦାନ କରାଯାଇଥିଲା I ଶିବିରରେ ସମୁଦାୟ 1269 ଜଣ ରୋଗୀ ଚିକିତ୍ସିତ ହୋଇଥିଲେ I ଏ ଅବସରରେ ଟ୍ରଷ୍ଟ ପକ୍ଷରୁ ସ୍ୱାସ୍ଥ୍ୟ ପତ୍ରିକା ସିଜିସିଟି ଗୋଲ୍ଡ କ୍ୟାମ୍ପ ଉନ୍ମୋଚିତ ହୋଇଥିଲା I ଡl. ବିଭୂତି ନାୟକ , ଡ. ଅରକ୍ଷିତ ସ୍ୱାଇଁ , ଡାକ୍ତର ଦୀପକ ସାମଲ , ଡାକ୍ତର୍ ସୁଜାତା ପୂଜାରୀ , ଡାକ୍ତର ପ୍ରଦୀପ ଗୁରୁ , ଓଜସ୍ବିନୀ ପଟେଲ , ଡାକ୍ତର ନୟନ ପଟେଲ , ଡାକ୍ତର ଲିଙ୍ଗରାଜ ପଧାନ , ଡାକ୍ତର ରବିଦାସ , ଡାକ୍ତର ତୁଷାର ଠାକୁର , ଡାକ୍ତର ସୁଜିତ ବର୍ମା , ଡାକ୍ତର ସିଦ୍ଧାର୍ଥ ଦାସ , ଡାକ୍ତର ସିଦ୍ଧାର୍ଥ ମହାନ୍ତି ପ୍ରମୁଖ ରୋଗୀଙ୍କ ଚିକିତ୍ସା ସେବା ଦେଇଥିଲେ I