Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଲଗୁଣ୍ଠାରେ ଦଣ୍ଡନାଚ ମହାସଂଘର ବୈଠକ, ଅସ୍ଵୀଳ ନୃତ୍ୟକୁ ବିରୋଧ

ବେଲଗୁଣ୍ଠା, 15/09,ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରାକୁ ଆଉ ମାତ୍ର ପାଖାପାଖି ଛଅ ମାସ ବାକି ରହିଥିବା ବେଳେ ବର୍ତ୍ତମାନ ଠାରୁ ଗଞ୍ଜାମଜିଲ୍ଲା ଦଣ୍ଡନାଚ ମହାସଂଘ ଅଧିନସ୍ଥ ବେଲଗୁଣ୍ଠା ବ୍ଳକର ଦଣ୍ଡନାଚ ମହାସଂଘର ଏକ ମିଳିତ ବୈଠକ ଆଜି ବେଲଗୁଣ୍ଠା ପ୍ରଭୁ ଶ୍ରୀ ନୁରସିହଂନାଥଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ଯାଇଛି I ଗଞ୍ଜାମ ଜିଲ୍ଳା ଦଣ୍ଡନାଚ ମହାସଂଘ ବେଲଗୁଣ୍ଠା ସଂଯୋଜକ ଏସ ଭାସ୍କର ପାତ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିରୁପେ ଜିଲ୍ଲା ସଭାପତି ଶିବରାମ ପ୍ରଧାନ ଜିଲ୍ଲା ସମ୍ପାଦକ ଶରତଚନ୍ଦ୍ର ସାହୁ,ଜିଲ୍ଳା ଉପଦେଷ୍ଟା ଚକ୍ରଧର ଜେନା,ତନରଡା ଜୋନ୍ ସଂଯୋଜକ ପ୍ରତାପ ବିଷୋୟୀ, ନୁଆଁ ଗାଁ ସହ ସଂଯୋଜକ ଦେବାଶିଷ ଗୌଡ଼, ଭଞ୍ଜନଗର ବ୍ଳକ୍ ସଂଯୋଜକ ସାଧୁ ଚରଣ ସ୍ୱାଇଁ,ବେଲଗୁଣ୍ଠା ଉପଦେଷ୍ଟା ସନ୍ତୋଷ କୁମାର ପଣ୍ଡା,ପ୍ରଶାନ୍ତ କୁମାର ସାହୁ,ଜିଲୁଣ୍ଡି ସହସଂଯୋଜକ ହେମନ୍ତ କୁମାର ପଣ୍ଡା ଏବଂ ବେଲଗୁଣ୍ଠା ଖଦାଳ ସାହି କାଳୀ ମନ୍ଦିର ସଭାପତି ଲିଙ୍ଗରାଜ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ I ବେଲଗୁଣ୍ଠା କାଳୀ ମନ୍ଦିର ସମ୍ପାଦକ ସୁଶାନ୍ତ ବେହେରା ମଞ୍ଚ ପରିଚାଳନା କରିଥିଲେ । ମହାସଂଘର ବୈଠକରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ରାତ୍ରରେ ଦଣ୍ଡନାଚ କମିଟି ପକ୍ଷରୁ
ପରିବେଷଣ କରାଯାଉଥିବା ନାଟକରେ ହେଉଥିବା ଅଶ୍ଳୀଳ ନୃତ୍ୟକୁ ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘ ନିନ୍ଦା କରିବା ସହ ଘୋର ବିରୋଧ କରିଛି ! ବ୍ଳକର ବିଭିନ୍ନ ଦଣ୍ଡ କମିଟିରୁ ଆସିଥିବା ବୁଦ୍ଧୀଜିବି ତଥା ଆଈନଜିବି ମାନେ ମଧ୍ୟ ଏହାକୁ ବିରୋଧ କରିବା ସହ ନିନ୍ଦା କରିଛନ୍ତି I ତେଣୁ ଦଣ୍ତନାଚ ସମୟରେ ଅଶ୍ଳୀଳ ନୃତ୍ୟ ନକରିବା ପାଇଁ ଆଜି ଜିଲ୍ଲାର ସମସ୍ତ ଦଣ୍ଡକମିଟିଙ୍କୁ ଅନୁରୋଧ କରିଛି ଜିଲ୍ଳା ମହାସଂଘ I ଏହା ସହିତ ଦିନକୁ ଦିନ ନାରୀ ଅଭିନେତ୍ରୀଙ୍କ ଅହେତୁକ ପାଉଣା ବୃଦ୍ଧିକୁ ମହାସଂଘ ନାପସନ୍ଦ କରିବା ସହ ନାରୀ ଅଭିନେତ୍ରୀଙ୍କ ପାଇଁ ଦିନ ଅନୁସାରେ ପାଉଣା ଧାର୍ଯ୍ୟ କରାଯାଇଛି I ନାରୀ ଅଭିନେତ୍ରୀଙ୍କ ପାଇଁ ତେର ଦିନିଆ ଦଣ୍ଡ ନାଚରେ 44 ହଜାରରୁ 47 ହଜାର ଟଙ୍କା, 18 ଦିନିଆ ଦଣ୍ଡ ନାଚରେ 50 ରୁ 55 ହଜାର ଟଙ୍କା ଏବଂ 21 ଦିନିଆ ଦଣ୍ଡନାଚରେ 55 ରୁ 63 ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି I ସେହିପରି ବୈଠକରେ ଚଳିତ ବର୍ଷର ଦଣ୍ଡଯାତ୍ରା ପାଇଁ ଧାର୍ଯ୍ୟ କରାଯାଇଥିବା ପଞ୍ଚୁଦଣ୍ଡ ଏବଂ ଅଷ୍ଟ ଦଣ୍ଡର ନିୟମାବଳୀ ସମ୍ପର୍କରେ ଆଲୋଚନା କରାଯାଇଥିଲା I ବ୍ଲକ ର ସମସ୍ତ ଦଣ୍ଡ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ । ଏଥିରେ ଲିକୁ ସାହୁ, କାଶୀନାଥ ସାହୁ, ବ୍ରଜେନ୍ଦ୍ର ନାଥ ପତି, ସଙ୍କର ବେହେରା, ଶଙ୍କର ଦଳେଇ, ଶିବାସୀଷ ସାହୁ ଓ ସଞ୍ଜୟ ବେହେରା ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ