ବୀରମହାରାଜପୁର : (ସୌମିତ୍ରି ମେହେର) ବରିଷ୍ଠ ଆଇନଜ୍ଞ ସଂଯୁକ୍ତା ମିଶ୍ର ଆମ୍ବୁଡ଼ସ ପର୍ସନ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ସୁବର୍ଣ୍ଣପୁର ବୀରମହାରାଜ ପୁର ବ୍ଲକ ଉଫୁଲା ଗ୍ରାମ ପଂଚାୟତ ପରିଦର୍ଶନ ରେ ଆସିଥିଲେ I ଶନିବାର ଗ୍ରାମ ପଂଚାୟତ ସଭା ଗୃହରେ କାର୍ଯ୍ୟ ପତ୍ରଧାରୀ , ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ , ଅଣ କୁଶଳୀ ଶ୍ରମିକ , ଗ୍ରାମ ସାଥୀ ଙ୍କ ସହ ଆଲୋଚନା କରି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପରିଚାଳନା ଯଥା ଗ୍ରାମ ସଭା , ପଞ୍ଜିକରଣ , କାର୍ଯ୍ୟ ପତ୍ର ବଣ୍ଟନ , କାର୍ଯ୍ୟ ଦାବୀ ଦରଖାସ୍ତ , ପ୍ରାପ୍ତି ସ୍ୱୀକାର ପତ୍ର , ମଜୁରୀ ଦେୟ , ବେକାରୀ ଭତ୍ତା , ଲିଙ୍ଗ ଆଧାରିତ ଭେ ଦଭାବ , କାର୍ଯ୍ୟ କ୍ଷେତ୍ର ସୁବିଧା , କାର୍ଯ୍ୟ ର ମାପ ଓ ଗୁଣବତ୍ତା , ଯନ୍ତ୍ର ବ୍ୟବହାର , ଠିକାଦାର ନିୟୋଜନ , ପାସ୍ ବହି ପରିଚାଳନା , ମଷ୍ଟର ରୋଲ ଯାଞ୍ଚ , ସାମାଜିକ ସମୀକ୍ଷା ସମ୍ପର୍କିତ ତ୍ରୁଟି ଓ ଅଭାବ ସମ୍ପର୍କିତ ପ୍ରତିକାର ପାଇଁ ଅଭିଯୋଗ ଦାଖଲ ପାଇଁ ପରାମର୍ଶ ଦେଇଥିଲେ l ଆପତ୍ତି ପାଇବାର 7 ଦିନ ରୁ 45 ଦିନ ମଧ୍ୟରେ ଫଇସଲା କରାଯିବା ବୋଲି କହିଥିଲେ l ଆପତ୍ତି ଅଭିଯୋଗ ର ଆଶୁ ଓ ପ୍ରଭାବ ଶାଳୀ ପ୍ରତିକାର କରାଯିବା ବୋଲି ପ୍ରତିଶ୍ରୁତି ଦେଇଥିଲେ l ଆଲୋଚନା ସମୟରେ ସରପଞ୍ଚ ଶ୍ରୀୟା କର୍ମୀ , ଡି ଇ ଓ ହେମନ୍ତ ଶତପଥି, ସାମାଜିକ ସମୀକ୍ଷା ରେ ନିଯୁକ୍ତ ସ୍ବେଛାସେବୀ ପ୍ରଭଞ୍ଜନ କର୍ମୀ ଉପସ୍ଥିତ ଥିଲେ l ସରପଞ୍ଚ ଶ୍ରୀୟା କର୍ମୀ ଗ୍ରାମୀଣ ଭିତ୍ତି ଭୂମି ବିକାଶ ନିମନ୍ତେ ପ୍ରାକୃତିକ ସମ୍ବଳ ପରିଚାଳନା ସମ୍ବନ୍ଧୀତ ସର୍ବସାଧାରଣ କାର୍ଯ୍ୟ, ଅବହେଳିତ ପରିବାର ନିମନ୍ତେ ବ୍ୟକ୍ତି ଗତ ସମ୍ପତ୍ତି ସୃଷ୍ଟି ପ୍ରକଳ୍ପ ମଞ୍ଜୁରୀ ରେ ଅମ୍ବୁଡ଼ସ ପର୍ସନ ଙ୍କ ସହଯୋଗ କାମନା କରିଥିଲେ l ଶେଷରେ ଗ୍ରାମସାଥୀ ଜ୍ୟୋତି ରଞ୍ଜନ କଲତା ଧନ୍ୟବାଦ ପ୍ରଦାନ କରିଥିଲେ l