Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ବ୍ଲକ ସ୍ତରୀୟ ସୁଭଦ୍ରା ଯୋଜନା ର ସଚେତନତା କାର୍ଯ୍ୟକ୍ରମ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ରେ ବିଭିନ୍ନ ଗ୍ରାମ ପଞ୍ଚାୟତ ଓ ବ୍ଲକ ମାନଙ୍କରେ ସୁଭଦ୍ରା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ରବିବାର ପୂର୍ବାହ୍ନ ରେ ବୀରମହାରାଜପୁର ବ୍ଲକ ସଦର କଲ୍ୟାଣ ମଣ୍ଡପ ରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା l ଚମ୍ପାମାଲ ଗ୍ରାମ ପଞ୍ଚାୟତ ର ଏମ ବି କେ ବୀଣାପାଣି ହୋତା ଙ୍କ ନେତୃତ୍ୱ ରେ ଶୋଭାଯାତ୍ରା ବାହାରି ଚମ୍ପାମାଲ , ଚମ୍ପାପୁର , ଝାରକୁମୁଣ୍ଡା , ହନୁମାପାଲି , କୃଷ୍ଣ ପାଲି ପ୍ରଭୁତି ଗ୍ରାମ ରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ବୀରମହାରାଜପୁର ବ୍ଲକ ସ୍ତରୀୟ ଶୋଭାଯାତ୍ରାରେ ବିଡ଼ିଓ ପ୍ରିୟଦର୍ଶିନୀ ମିର୍ଦ୍ଧା , ବି ପି ଏମ ମନୋଜ ବାଗ , ବି ପି ସି ଶାନ୍ତନୁ ମେହେର , ରଞ୍ଜିତ ଖମାରୀ , ରମାକାନ୍ତ ହରିପାଲ , ଚମ୍ପାମାଲ ସରପଞ୍ଚ ମହେନ୍ଦ୍ର ଜଗଦଲା ପ୍ରମୁଖ ଯୋଗଦେଇଥିଲେ l କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏକ ସଭାରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ ଯୋଗ ଦେଇ ସୁଭଦ୍ରା ଯୋଜନାର ସଫଳତା ଉପରେ ମହିଳା ମାନଙ୍କ ସହ ଆଲୋଚନା କରିବା ସହିତ କିପରି ରାଜ୍ୟ ସରକାରଙ୍କ ଦ୍ଵାରା ମହିଳା ସଶକ୍ତିକରଣ ପାଇଁ ଏହି ଯୋଜନା ର ସଫଳ ରୂପାୟନ ପାଇଁ ସମସ୍ତ ଙ୍କୁ ବୁଝାଇଥିଲେ l ଉକ୍ତ ଶୋଭାଯାତ୍ରା ରେ ବ୍ଲକ ମିଶନ ଶକ୍ତି ସଭାନେତ୍ରୀ ସସ୍ମିତା ଦାଶ , ସମ୍ପାଦିକା ମମତା ପଧାନ , ଚମ୍ପାମାଲ ପଞ୍ଚାୟତ ସଭାନେତ୍ରୀ ଯାଜ୍ଞସିନୀ ମିଶ୍ର , ସମ୍ପାଦିକା ମମତା ମଲ୍ଲିକ , ହିଲୁଙ୍ଗ ରେଣୁକା ମହାଳିକ, ସି ଆର ପି, ମିଶନ ଶକ୍ତି କାର୍ଯ୍ୟକରିଣୀ, ସଦସ୍ୟା ଙ୍କ ସମେତ ଶତାଧିକ ମହିଳା ଅଂଶ ଗ୍ରହଣ କରିଥିଲେ l