Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବଳୟାରେ ଆର ଏସ୍ ଏସ୍ ର ପ୍ରାରମ୍ଭିକ ସଂଘ ଶିକ୍ଷl ବର୍ଗ ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଶିଶୁ ବିଦ୍ୟା ମନ୍ଦିର ଠାରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ବୀରମହାରାଜପୁର ଖଣ୍ଡ ର ପ୍ରାରମ୍ଭିକ ସଂଘ ଶିକ୍ଷା ବର୍ଗ ଅନୁଷ୍ଠିତ ହୋଇଯାଇଛି । ଏହି ବର୍ଗରେ ସୁବର୍ଣ୍ଣପୁର ଜିଲ୍ଲା ସଂଘ ଚାଳକ ଦିଲ୍ଲୀପ ତ୍ରିପାଠୀ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ପ୍ରାରମ୍ଭିକ ବର୍ଗରେ ବର୍ଗ ପ୍ରମୁଖ ସନ୍ତୋଷ କୁମାର ରଥ , ସହବର୍ଗ କର୍ଯ୍ୟବାହ ବିଭୂତି ଭୂଷଣ କୁଦାଇ , ମୁଖ୍ୟ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଖମାରୀ , ପ୍ରତ୍ୟୁଷ ରଞ୍ଜନ ପଣ୍ଡା , ଦିଲ୍ଲିପ କୁମାର ମେହେର , ମହେନ୍ଦ୍ର କୁମାର ମହାଲିକ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ପ୍ରାରମ୍ଭିକ ବର୍ଗରେ ୮ଜଣ ଶିକ୍ଷକ ପ୍ରଶିକ୍ଷଣ ଦେବାପାଇଁ ଯୋଗଦେଇଥିବା ବେଳେ ୪୩ ଜଣ ସ୍ଵୟଂ ସେବକ ପ୍ରଶିକ୍ଷଣ ନେଉଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ