Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଶିକ୍ଷୟତ୍ରୀଙ୍କ ବଦଳି ଦାବିକରି ବେହେରାମାଳ ସ୍କୁଲ ରେ ତାଲା ପକାଇ ପ୍ରତିବାଦ କଲେ ଅବିଭାବକ

ଉଲୁଣ୍ତା : (ସୌମିତ୍ରି ମେହେର) ଶିକ୍ଷୟତ୍ରୀଙ୍କ ବଦଳି ଦାବି ନେଇ ଆଜି ସକାଳ 9ଟା 30ରୁ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ବେହେରାମାଲ ୟୁ.ପି ସ୍କୁଲରେ ତାଲା ପକାଇଛନ୍ତି ଅଭିଭାବକ l ସୂଚନା ଅନୁସାରେ ଉକ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ଶିକ୍ଷୟତ୍ରୀ ବିଦ୍ୟାଳୟକୁ ନିୟମିତ ଭାବରେ ଆସୁନଥିବା ବେଳେ ଯେଉଁ ଦିନ ବିଦ୍ୟାଳୟକୁ ଆସୁଛନ୍ତି ଛାତ୍ର ଛାତ୍ରୀ ପାଠ ନପଢ଼ାଇ ମୋବାଇଲରେ ବ୍ୟସ୍ତ ରହୁଛନ୍ତି l ଫଳରେ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଥିବା ଅଭିଭାବକ ତଥା ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି l ବିଭିନ୍ନ ସମୟରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଶିକ୍ଷୟତ୍ରୀଙ୍କ ବଦଳି କରିବା ନେଇ ଅଭିଭାବକ ମାନେ ଲିଖିତ ଭାବରେ ଜଣାଇଥିଲେ l ହେଲେ କୌଣସି ପଦକ୍ଷେପ ନିଆଯାଇ ନାହିଁ l ଯାହା ଫଳରେ ମଙ୍ଗଳବାର ବାଧ୍ୟ ହୋଇ ଅଭିଭାବକ ମାନେ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ପ୍ରତିବାଦ କରିଛନ୍ତି l