Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଦ କୋଠି ଭାଙ୍ଗିଲେ, ଗାଁ ରେ ମଦ ବନ୍ଦ ପାଇଁ ଥାନା ରେ ଅଭିଯୋଗ କଲେ ମହିଳା ସଙ୍ଘ ଓ ଗ୍ରାମବାସୀ

କଳାହାଣ୍ଡି:୧୮/୦୯
ରିପୋର୍ଟ-ସନତ କୁମାର ପ୍ରଧାନୀ
କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଗମ୍ଭାରୀଗୁଡା ପଞ୍ଚାୟତ ଚିକିଲି ଗ୍ରାମ ର ରମେଶ ସାହୁ ଓ ରାଜେଶ ସାହୁ ଦୁଇଭାଇ ଦୀର୍ଘ ବର୍ଷ ହେବ ଗାଁ ରେ ବେଆଇନ ଭାବେ ଦେଶୀ ବିଦେଶୀ ମଦ କୋଠି ଖୋଲି ଗାଁ ର ପରିବେଶ କୁ ନଷ୍ଟ କରିବା ସହ ଗାଁ ର ଯୁବକ, ଖଟିଖିଆ ଓ ଗରିବ ଶ୍ରେଣୀର ଲୋକ ଙ୍କୁ ମଦ ବିକ୍ରି କରି ଘରେ ଘରେ ଅଶାନ୍ତି ବାତାବରଣ ସୃଷ୍ଟି କରି ଗାଁ ରେ ଅଶାନ୍ତି ପରିବେଶ ସୃଷ୍ଟି କରି ଆସୁଥିଲେ। ମଦ କୋଠି କୁ ଲାଗି ଗ୍ରାହକ ସେବା କେନ୍ଦ୍ର ରହିଥିବା ବେଳେ ଅନେକ ସମୟରେ ମହିଳା ମାନେ ଏହି କେନ୍ଦ୍ର କୁ ବିଭିନ୍ନ କାର୍ଯ୍ୟ ରେ ଆସୁଥିବା ବେଳେ ମଦୁଆ ଙ୍କ ଟାହି ଟାପରା ରେ ଅତିଷ୍ଠ ହୋଇ ପଡୁଥିବା ମଧ୍ୟ ଅଭିଯୋଗ କରିଛନ୍ତି।ଏହାକୁ ବିଭିନ୍ନ ସମୟରେ ଗ୍ରାମ ର ମା ବସ୍ତରେନ ମାଉଳି, ତୁଳସୀ ଦେବୀ, କାଳେଶ୍ୱର ବାବା ,ସପୁରା ମାତା ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ସଙ୍ଘ ବିରୋଧ କରିବା ସହ ଅନେକ ସମୟରେ ମଦ କୋଠି ବନ୍ଦ କରିବାକୁ ଚେତାବନୀ ମଧ୍ୟ ଦେବା ସତ୍ତ୍ଵେ ମଧ୍ୟ ଦୁଇ ସାହୁ ଭାଇ ମଦ କୋଠି ବନ୍ଦ ନ କରିବାରୁ ଗ୍ରାମ ର ମହିଳା ସଙ୍ଘ ଓ ସଚେତନ ନାଗରିକ ମାନେ ମଙ୍ଗଳବାର ମଦ କୋଠି ରେ ପହଞ୍ଚି ଦେଶୀ ବିଦେଶୀ ମଦ କୁ ନଷ୍ଟ କରିଥିଲେ। ବୁଧବାର ଗମ୍ଭାରୀଗୁଡା ସମିତି ସଭ୍ୟା ପ୍ରମିଳା ଭୋଇ ଙ୍କ ନେତୃତ୍ୱରେ ଗ୍ରାମର ୪ ମହିଳା ସଙ୍ଘ ର ଶତାଧିକ ମହିଳା ଓ ଯୁବକ ଗୋଷ୍ଠି କୋକସରା ଥାନା କୁ ଆସି ମଦ କୋଠି ସମ୍ପୁର୍ଣ୍ଣ ଭାବେ ବନ୍ଦ କରିବାକୁ ଥାନା ଅଧିକାରୀ ରୋନିତା ପ୍ରଧାନ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଯଦି ପୋଲିସ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତାହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ମହିଳା ସଙ୍ଘ ଓ ଯୁବକ ଗୋଷ୍ଠି ପକ୍ଷରୁ ଚେତାବନୀ ଦିଆଯାଇଛି। ତେବେ ପୋଲିସ ଦୁଇ ମଦ ବେପାରୀ ଭାଇ ଙ୍କୁ ଥାନା କୁ ଡକାଇ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।