ସମ୍ବଲପୁରୀ ଗାଇକା ରୁକସନାଙ୍କ ପରଲୋକ, ପରିବାର ଲୋକେ କହିଲେ ସ୍ଲୋ ପଏଜନ ଦେଇ ମାରିଦେଲେ


ଭୁବନେଶ୍ବର: ସମ୍ବଲପୁରୀ ଗାଇକା ରୁକସନା ବାନୋଙ୍କ ପରଲୋକ । ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ୧୫ ଦିନ ତଳେ ବଲାଙ୍ଗୀରରେ ସୁଟିଂ ବେଳେ ରୁକସନା ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ପ୍ରଥମେ ଭୀମ ଭୋଇ ମେଡ଼ିକାଲ କଲେଜ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବରଗଡ଼ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଅଧିକ ସଂକଟାପନ୍ନ ହେବାରୁ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।
ରୁକସନାଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକେ । ତାଙ୍କ ମା’ ଓ ବଡ ଭଉଣୀ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସ୍ଲୋ ପଏଜନ ଦେଇ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ଅନ୍ୟପକ୍ଷରେ ରୁକସନାଙ୍କର ସ୍କ୍ରାବ୍ ଟାଇଫସରେ ମୃତ୍ୟୁ ହୋଇଥିବା ଜଣାଯାଇଛି । ତେବେ ଏନେଇ ଏମ୍ସ କର୍ତ୍ତୁପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।