କେନ୍ଦୁଝର: ବ୍ୟାଙ୍କରେ ଲାଗିଲା ନିଆଁ । ଜଳିପୋଡ଼ି ପାଉଁଶ ହୋଇଗଲା ସମସ୍ତ କାଗଜପତ୍ର ସହ ଆସବାବପତ୍ର । କେନ୍ଦୁଝର ଜିଲ୍ଲା ଘଷିପୁରା ସ୍ଥିତ ଏସବିଆଇ ଶାଖାରେ ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ଦୁଇଟି ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।
ତଥ୍ୟରୁ ପ୍ରକାଶ, ଗତକାଲି ବିଳମ୍ବିତ ରାତିରେ ଏସବିଆଇ ଶାଖା କାର୍ଯ୍ୟାଳୟରୁ ଧୂଆଁ ବାହାରୁ ଥିଲା । ଏହା ଦେଖି ସ୍ଥାନୀୟ ଲୋକେ ଶାଖା ପରିଚାଳକଙ୍କୁ ଖବର ଦେଇଥିଲେ । ଏହାସହ ଅଗ୍ନିଶମ ବାହୀନିକୁ ମଧ୍ୟ ଖବର ଦେଇଥିଲେ । ଖବର ପାଇ ତୁରନ୍ତ ଅଗ୍ନିଶମ ବିଭାଗର ଦୁଇଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ । ହେଲେ ପ୍ରବଳ ଧୂଆଁ ବାହାରୁଥିବାରୁ ନିଆଁ ଲିଭାଇବା ପାଇଁ ଅଗ୍ନିଶମ କର୍ମଚାରୀଙ୍କ ଅଧିକ ସମୟ ଲାଗିଥିଲା ।
ବ୍ୟାଙ୍କରେ କିପରି ନିଆଁ ଲାଗି଼ଲା ତାହା ସ୍ବଷ୍ଟ ହୋଇନି । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।