ଉଫୁଳା ପଞ୍ଚାୟତ କାର୍ଯ୍ୟାଳୟରେ ଅଣ ସଙ୍ଗଠିତ ଶ୍ରମିକ ଙ୍କ ସାମାଜିକ ସୁରକ୍ଷା ଆଇନ ଉପରେ ସଚେତନତା କାର୍ଯ୍ୟକ୍ରମ


ବୀରମହାରାଜପୁର,୨୦/୯ (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଳା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜିଲ୍ଲା ଶ୍ରମ ଅଧିକାରୀ ଓ ଉଫୁଳା ସରପଞ୍ଚ ଙ୍କ ମିଳିତ ପ୍ରଚେଷ୍ଟା ରେ ଓଡିଶା ଅଣ ସଂଗଠିତ ଶ୍ରମିକ ସୁରକ୍ଷା ଆଇନ – ୨୦୦୮ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବୁଲା ବିକାଳୀ , କ୍ଷୁଦ୍ର ବ୍ୟବସାୟୀ , ଘରୋଇ କର୍ମଚାରୀ , ରିକ୍ସା , ଅଟୋ ଚାଳକ, ମୋଚି , କ୍ଷୁଦ୍ର ଚାଷୀ /କୃଷି ଶ୍ରମିକ , ସଫେଇ ଶ୍ରମିକ , ଜଙ୍ଗଲ ରେ କାର୍ଯ୍ୟରତ ଶ୍ରମିକ , ସମ୍ବାଦ ପତ୍ର ହକର ଆଦି ଅଣ ସଂଗଠିତ ଶ୍ରମିକ ଙ୍କ ସ୍ୱତନ୍ତ୍ର ପଞ୍ଜିକରଣ କ୍ୟାମ୍ପ ଅନୁଷ୍ଠିତ ହୋଇ ଥିଲା l ଉକ୍ତ ସଚେତନତା ସଭାରେ ସରପଞ୍ଚ ଶ୍ରୀୟା କର୍ମୀ ଉଦବୋଧନ ଦେଇ ଉଫୁଲା ପଞ୍ଚାୟତ ର ସମସ୍ତ ଯୋଗ୍ୟ ଅଣ ସଂଗଠିତ ଶ୍ରମିକ ନିଜକୁ ପଞ୍ଜିକରଣ କରି ଓଡିଶା ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଦ୍ୱାରା ଦିଆ ଯାଉଥିବା ସମସ୍ତ ସୁବିଧା ସୁଯୋଗ ର ଉପଯୋଗ କରିବାକୁ ଅନୁରୋଧ କରିଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ସବିତା କୁମାରୀ ନାଏକ ଯୋଗଦେଇ ଅଣ ସଂଗଠିତ ଶ୍ରମିକ ସଜ୍ଞl ଓ ତାଲିକା ଭୁକ୍ତ ଶ୍ରମଜୀବୀ ସମ୍ପର୍କ ରେ ବିସ୍ତୃତ ଆଲୋଚନା କରିଥିଲେ l ସହକାରୀ ଶ୍ରମ ଅଧିକାରୀ ସୁନିତା କୁମାରୀ ଦେବୀ ପଞ୍ଜିକରଣ ପାଇଁ ଆବଶ୍ୟକ କାଗଜ ପତ୍ର ଓ ଯୋଗ୍ୟତା ସମ୍ପର୍କରେ ଅବଗତ କରିଥିଲେ l ସହକାରୀ ଶ୍ରମ ଅଧିକାରୀ ଚିନ୍ମୟ କୁମାର ମେହେର ଓ ପ୍ରତୀକ ପଧାନ ପଞ୍ଜିକରଣ ଦ୍ୱାରା ହିତାଧିକାରୀ କଣ ସବୁ ସୁବିଧା ସୁଯୋଗ ପାଇ ପାରିବେ ଉପସ୍ଥିତ ଅଣ ସଂଗଠିତ ଶ୍ରମ ଜୀବି ଙ୍କୁ ଜଣାଇ ଥିଲେ l ଡିଇଓ ବାଙ୍କା ବିହାରୀ ମହଲା ଓ ସମସ୍ତ ବିଭାଗୀୟ ଅଧିକାରୀ ଶତାଧିକ ହିତାଧିକାରୀ ଙ୍କ ଦସ୍ତାବିଜ ସଂଗ୍ରହ , ତର୍ଜମା ଓ ପଞ୍ଜିକରଣ ପାଇଁ ପଦକ୍ଷେପ ନେଇଥିଲେ l ଉକ୍ତ ସ୍ୱତନ୍ତ୍ର ପଞ୍ଜିକରଣ କେମ୍ପ କୁ ପି ଇ ଓ ଗୌର ଚନ୍ଦ୍ର ସାହୁ , ୱାର୍ଡ ସଭ୍ୟା ଧରିତ୍ରୀ ବାଘ , ୱାର୍ଡ ମେମ୍ବର ସୁଦାମ ଭୁଇ , ଘାସିରାମ ବାଦୀ ଓ ଅନ୍ୟ ମାନେ ସହଯୋଗ କରିଥିଲେ l ଉଫୁଳା ଗ୍ରାମ ପଂଚାୟତ ତରଫରୁ ଜିଲ୍ଲା ଶ୍ରମ ବିଭାଗ ସହଯୋଗ ରେ ପ୍ରଥମ ଥର ପାଇଁ ଅଣ ସଂଗଠିତ ଶ୍ରମିକ ଙ୍କ ସ୍ୱତନ୍ତ୍ର ପଞ୍ଜିକରଣ କେମ୍ପ କରାଯାଇଥିବା ଜଣାପଡିଛି I