କୁଣ୍ଡା ଗାଡି ରେ ଗଞ୍ଜେଇ ବେଳେ ଚାଲାଣ ମାଡି ବସିଲା ପୋଲିସ।


କଳାହାଣ୍ଡି:୨୦/୦୯
କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନା ଅମାଠ ରୁ
ମଦନ ପୁର ରାମପୁର କୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ର ବନ୍ଧପଡ଼ା ନିକଟରେ କେସିଙ୍ଗା ପୋଲିସ ପକ୍ଷରୁ ଗାଡ଼ି ଯାଞ୍ଚ ସମୟରେ ଏମ ରାମପୁର ପଟରୁ ଅମାଠ ପଟକୁ ଆସୁଥିବା OD 03 A 5585 ନମ୍ୱର୍ ବିଶିଷ୍ଟ ପିକଅପ୍ ଗାଡ଼ିଟି ପୋଲିସ ଯାଞ୍ଚ ଦେଖି ଟିକେ ଦୂରରେ ଛିଡା ହୋଇଥିଲା ।ପୋଲିସ କୁ ସନ୍ଦେହ ହେବାରୁ ଯାଞ୍ଚ କରୁଥିବା ପୋଲିସ ଗାଡ଼ି ପାଖକୁ ଯିବା ସମୟ ରେ ଉକ୍ତ ଗାଡ଼ିର ଡ୍ରାଇଭର ଓ ସହଯୋଗୀ ଗାଡି ଟିକୁ ଛାଡ଼ି ଫେରାର ହୋଇ ଯାଇଥିଲେ ମ ସୂଚନା । ଗାଡ଼ିଟି ବଲାଙ୍ଗୀର ନମ୍ୱର୍ ପଞ୍ଜୀକୃତ ଥିବା ବେଳେ ଗାଡ଼ିଟି ଗତ ଜାନୁଆରୀ ମାସରେ ପଞ୍ଜୀକୃତ ହୋଇଥିବା ସୂଚନା ରହିଛି । ଏହି କୁଣ୍ଡା ବୋଝେଇ ପିକ ଅପ ଗାଡି କୁ ଯାଞ୍ଚ କରିବାରୁ ଗାଡି ରେ ଗଞ୍ଜେଇ ଚାଲାଣ ଜବତ କରାଯାଇଛି। ଜବତ ଗଞ୍ଜେଇ ଆନୁମାନିକ ୩.୭୫ କୁଇଣ୍ଟାଲହୋଇଥିବା ସୂଚନା । ପୋଲିସ କୁ ଚକମା ଦେବାକୁ ଜବତ ହୋଇଥିବା ଗାଡ଼ିର ସାମ୍ନା ପଟେ କୁଣ୍ଡା ଓ ଧାନ ବସ୍ତା ଲୋଡ୍ କରି ପଛପଟେ ଗଞ୍ଜେଇ ରଖି ଅତି ଚୋରା ଚାଲାଣ କରୁଥିଲେ ଗଞ୍ଜେଇ ମାଫିଆ, ପୋଲିସ ଘଟଣା ର ତଦନ୍ତ ଜାରି ରଖିଛି।