Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଙ୍ଗେଇଲୁଣ୍ଡା ବ୍ଲକ ରେ ନିମ୍ନ ମାନର ଛତୁଆ ପ୍ରସୃତି ଅଭିଯୋଗ।ଛତୁଆ ପ୍ରସୃତ ଦାୟିତ୍ଵ ରେ ରେ ମହିଳା ଙ୍କ ଅଭିଯୋଗ କୁ ଖଣ୍ଡନ।

ଗୋପାଳପୁର,୨୧/୦୯
ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଙ୍ଗନବାଡି ସେଣ୍ଟର ଗୁଡ଼ିକୁ ପ୍ରଦାନ କରାଯାଉଥିବା ଛତୁଆ ସମେତ ଅନ୍ୟାନ୍ୟ ବଣ୍ଟନ ସାମଗ୍ରୀ ଗୁଡିକ କମ୍ ଓଜନ ସହ ନିମ୍ନମାନର ବୋଲି ଅଭିଯୋଗ ହେବା ସହ ତଦନ୍ତ କରାଯାଉ ବୋଲି ସମାଜସେବୀ ଶୁଭାଶିଷ ସାହୁ ଲିଖିତ ଭାବେ ଜିଲ୍ଲାପାଳ ସମେତ ମୂଖ୍ୟ ଶାସନ ସଚିବଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଅନ୍ୟ ପଟେ ଛତୁଆ ପ୍ରସୃତ ଦାୟିତ୍ଵ ରେ ରହିଥିବା ରଣ୍ଢା ବି ଏଲ ଏଫ ର ମହିଳା ସଦସ୍ୟ ମାନେ ଅଭିଯୋଗ କୁ ଖଣ୍ଡନ କରିବା ସହ ଏହି ଅଞ୍ଚଳର ପୂର୍ବ ସରକାର ର କିଛି ରାଜନେତା ମାନେ ଏହି ଛତୁଆ ପ୍ରସୁର ତଦାରଖ କରୁଥିଲେ ଗତ ୨ ମାସ ହେବ ଆମକୁ ଛତୁଆ ପ୍ରସୃତ ରୁ ଓହରି ଯିବାକୁ ବାଧ୍ୟ କରୁଛନ୍ତି।ଏହା ସହ ସାମାଜିକ ଗଣ ମାଧ୍ୟମରେ ଛତୁଆ ନେଇ ମିଥ୍ୟା ତଥ୍ୟ ସହ ପୁରୁଣା ଫୋଟ କୁ ଛାଡ଼ି ଆମ ମାନଙ୍କୁ ମାନସିକ ଭାବେ ହଇରାଣ କରୁଥିବା ନେଇ କେନ୍ଦ୍ରରେ କାମ କରୁଥିବା ୧୪ ଜଣ ମହିଳା ଲିଖିତ ଭାବେ ଏକ ବିଜ୍ଞପ୍ତି ମାଧ୍ୟମ ରେ ଅବଗତ କରାଇଛନ୍ତି।ଏହା ସହ ନିମ୍ନମାନର ଛତୁଆ ନେଇ ଯଦି ବଳିଷ୍ଠ ପ୍ରମାଣ ଅଛି ସର୍ବସାଧାରଣ ରେ ପରିପ୍ରକାଶ କରନ୍ତୁ ନହେଲେ ବାଧ୍ୟ ହୋଇ ଆମେ ଆଇନର ଆଶ୍ରୟ ନୈବୁ ବୋଲି ବା ଏଲ ଏଫ ର ସଭାନେତ୍ରୀ ପୁଷ୍ପାଞ୍ଜଳି ମହାନ୍ତି ମତପୋଷଣ କରିଛନ୍ତି