Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶା ଆଦର୍ଶ ବିଦ୍ୟାଳୟର ଜିଲ୍ଲା ସ୍ତରୀୟ ୧୦ ତମ ପ୍ରତିଷ୍ଠା ଦିବସ

ଗୋପାଳପୁର ୨୧/୯
କରାପଲ୍ଲୀ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଶୁକ୍ରବାର ଦିନ ଜିଲ୍ଲା ସ୍ତରୀୟ ୧୦ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି l ଜିଲ୍ଲା ଶିକ୍ଷା ଅଧିଜାରୀ ଅମିତା ପଟ୍ଟନାୟକ ଅଧ୍ୟକ୍ଷତା କରିବା ସହ ଛାତ୍ର, ଛାତ୍ରୀ ମାନଙ୍କୁ ଶୃଙ୍ଖଳିତ, ସମୟାନୁବର୍ତ୍ତିତା, ଭଲ ପାଠପଢ଼ି ବିଦ୍ୟାଳୟର ସୁନାମ ଅର୍ଜନ କରିବାକୁ କହିଥିଲେ l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦର ଉପ ସଭାନେତ୍ରୀ ରାଜେଶ୍ୱରୀ ଦୋରା ଯୋଗ ଦେଇ ଭଲ ପାଠ ପଢିବା ସହ ଭଲ ମଣିଷ ହେବାକୁ ପରାମର୍ଶ ଦେଇ ଥିଲେ l ସମ୍ମାନିତ ଅତିଥି ଭାବେ ସହକାରୀ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତ ରଞ୍ଜନ ପାଣ୍ଡେ, ସିଟି ହାଇସ୍କୁଲର ପ୍ରଧାନ ଶିକ୍ଷକ ପନଙ୍ଗ ଭୂଷଣ ମାଝୀ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ ରାମ ଚନ୍ଦ୍ର ମହାରଣା, ରଙ୍ଗେଈଲୁଣ୍ଡା ଗୋଷ୍ଟି ଶିକ୍ଷା ଅଧିକାରୀ ଦେବେନ୍ଦ୍ର ବେହେରା, ବିଦ୍ୟାଳୟ ଉନ୍ନୟନ ପରିଚାଳନା କମିଟିର ସଭ୍ୟା ଡ଼. ଉଷା ରାଣୀ ବ୍ରହ୍ମl,୫୫ ନମ୍ବର ଜୋନର ଜିଲ୍ଲା ପରିଷଦ ତୋପଇ ଦାସ, ନୋଡାଲ ପ୍ରିନସିପାଲ ଅରୁଣ କୁମାର ପଟେଲ, ବିଦ୍ୟାଳୟର ଅଧକ୍ଷ ବିଭୂତି ଭୂଷଣ ଶତପଥୀ ପ୍ରମୁଖ ମଞ୍ଚାସିନ ଥିଲେ l ଏଥିରେ ଜିଲ୍ଲାର ୨୨ ବ୍ଲକ ଅଧକ୍ଷ, ଉପାଧକ୍ଷ, ଛାତ୍ର, ଛାତ୍ରୀ ଉପସ୍ଥିତ ଥିଲେ l ଜିଲ୍ଲା ସ୍ତରୀୟ ବରିଷ୍ଟ ଓ କନିଷ୍ଠ ବର୍ଗ ର ୧୧ ଟି ପ୍ରତିଯୋଗିତା ବିତର୍କ, କୁଇଜ, ଲୋକ ନୃତ୍ୟ, ପାରମ୍ପରିକ ନୁତ୍ୟ ଆଦିର କୃତୀ ଛାତ୍ର, ଛାତ୍ରୀଙ୍କୁ ପୁରସ୍କାର ବିତରଣ ଉତ୍ସବରେ ରଙ୍ଗେଈଲୁଣ୍ଡା ବିଡ଼ିଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତୀ ଛାତ୍ର,ଛାତ୍ରୀଙ୍କୁ ପ୍ରଶଂସା ପତ୍ର ସହ ଉପହାର ପ୍ରଦାନ କରିଥିଲେ l ଛାତ୍ର, ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଭାଲେନଟିନା ନାୟକ , ବନ୍ଦିତା ମହାନ୍ତି,ଲିଲି ଜେନା, ମନସ୍ଵିନୀ ଦାସ ମଞ୍ଚ ପରିଚାଳନା କରିଥିଲେ l ଶେଷରେ ବିଦ୍ୟାଳୟର ଅଧକ୍ଷ ବିଭୂତି ଭୂଷଣ ଶତପଥୀ ଏହି ଭଳି କାର୍ଯ୍ୟକ୍ରମ ଦ୍ଵାରା ଛାତ୍ର ଛାତ୍ରୀ ମାନାଙ୍କ ମଧ୍ୟରେ ଦକ୍ଷତା ଓ ଆତ୍ମ ବିଶ୍ବାସ ର ବୃଦ୍ଧି ହେବା ସହ ଉତ୍ତମ ଚରିତ୍ର ଗଠନରେ ସହାୟକ ହୋଇପାରିବେ କହିବା ଧନ୍ୟବାଦ ଅର୍ପଣ କରିଥିଲେ ।