Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାପାଙ୍କ ଶବସତ୍କାରରେ ଝିଅ ମୁଖାଗ୍ନି ଦେଇ “ପୁଅ ଝିଅ ସମାନ” ବୋଲି ସମାଜକୁ ଦେଲେ ବାର୍ତ୍ତା

ଚିପିଲିମା,ସମାଜରେ ପୁଅ ଟିଏ ଥିଲେ ମୃତ୍ୟୁ ସମୟରେ ପୁଅ ପାଣି ଦେବ, ମୁଖାଗ୍ନି ଦେବ ବୋଲି ବିଶ୍ୱାସ ରହିଥିବାବେଳେ ପୁଅ ପୁଅ ବୋଲି ଅନେକ ସମୟରେ ଭୃଣ ହତ୍ୟା କରିବାକୁ ଲୋକେ ପଛଉନାହାନ୍ତି l ସମ୍ବଲପୁର ମିର୍ଗାମୁଣ୍ଡା ଗ୍ରାମରେ ଜଣେ ଝିଅ ନିଜ ବାପାଙ୍କ ଶବସତ୍କାର ସମୟରେ ନିଜେ ମୁଖାଗ୍ନି ଦେଇ ସମାଜକୁ ଏକ ସ୍ୱତନ୍ତ୍ର ବାର୍ତ୍ତା ଦେଇଥିବାବେଳେ, ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି l ମିଳିଥିବା ସୂଚନା ଅନୁଯାୟୀ ସମ୍ବଲପୁର ଜିଲ୍ଲା ମାନେଶ୍ଵର ବ୍ଲକ ମିର୍ଗାମୁଣ୍ଡା ଗ୍ରାମର ୪୯ ବର୍ଷୀୟ ସତ୍ୟନାରାୟଣ ପାଣିଗ୍ରାହୀଙ୍କ ସହଧର୍ମିଣୀ ମାମି ଓ ଦୁଇଝିଅ ଶିକ୍ଷା (୧୪) ଓ ସାକ୍ଷୀ (୧୨) l ଏହି କିଛି ଦିନତଳେ ସାଙ୍ଗ ବୁଜି ଓରଫ ଜି. ଶ୍ରୀଧରଙ୍କ ଲାଠି ମାଡ଼ରେ ସତ୍ୟନାରାୟଣ (ଟୁନା )ଙ୍କ ମୃତ୍ୟୁ ଘଟିଥିଲା l ମୃତ ସତ୍ୟନାରାୟଣ ଜଣେ ମେଳାପୀ, ଶାନ୍ତ, ସରଳ ବ୍ୟକ୍ତି ଥିବାବେଳେ ତାଙ୍କର ମୃତ୍ୟୁ ଖବରକୁ ନେଇ ଗାଁ ତଥା ଅଞ୍ଚଳରେ ଖବର ଶୋକର ଛାୟା ଖେଳି ଯାଇଥିଲା l ନିଜ ବନ୍ଧୁ ପରିଜନ ତଥା ଗ୍ରାମବାସୀଙ୍କ ସହଯୋଗରେ ମୃତ ସତ୍ୟନାରାୟଣଙ୍କ ଶବସତ୍କାର ମାନେଶ୍ଵର ଶ୍ମଶାନ ଘାଟରେ ହୋଇଥିବାବେଳେ, ସତ୍ୟନାରାୟଣଙ୍କ ନିଜ ପୁଅ ନଥିବାରୁ ବଡ଼ ଝିଅ ଶିକ୍ଷା (୧୫)ମୁଖାଗ୍ନି ଦେଇ ଅନ୍ୟପାଇଁ ପ୍ରେରଣା ସାଜିଥିଲେ l ସମାଜରେ ପୁଅ ଝିଅ ମଧ୍ୟରେ କିଛି ଫରକ ନାହିଁ ବୋଲି ସମାଜକୁ ଏକ ବାର୍ତ୍ତା ଦେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି l ବାପାଙ୍କ ଶବସତ୍କାରରେ ଝିଅ ମୁଖାଗ୍ନି ଦେବାରେ ତାଙ୍କ ମାଆ ଓ ବନ୍ଧୁ ପରିଜନ ପରାମର୍ଶ ଦେଇଥିବାରୁ ବନ୍ଧୁ ପରିଜନଙ୍କୁ ମଧ୍ୟ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ